ଆରଟିଓ ଅଫିସରେ ଡ୍ରାଇଭିଂ ଲାଇସେନ୍ସ ଓ କାଗଜପତ୍ର ପ୍ରସ୍ତୁତ ପାଇଁ ଗାଡି ଚାଳକଙ୍କ ଭିଡ

ରାୟଗଡ,୧୭/୯ : ଚଳିତ ସେପ୍ଟେମ୍ବର ୧ତାରିଖରୁ ସାରା ଦେଶରେ କେନ୍ଦ୍ର ସରକାର ଲାଗୁ କରିଥିବା ନୂତନ ମୋଟର ଯାନ ସଂଶୋଧିତ ନିମୟ ପରେ ଏହାକୁ ରାଜ୍ୟରେ ଓଡିଶା ପୋଲିସ ଓ ରାଜ୍ୟ ପରିବହନ ବିଭାଗ ପକ୍ଷରୁ କଡାକଡି ଭାବେ ପାଳନ କରାଗଲା । ଯାହାକୁ ନେଇ ଗାଡିଚାଳକ, ସାଧାରଣ ଜନତା ଓ ପୋଲିସ ଏବଂ ପରିବହନ ଅଧିକାରୀମାନଙ୍କ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ବିଶୃଙ୍ଖଳା ପରିସ୍ଥିତ ଉପୁଜିଥିଲା । ଫଳରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆସନ୍ତା ୩ମାସ ମଧ୍ୟରେ ଗାଡି ଚାଳକମାନେ ସମସ୍ତ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିନେବା ପାଇଁ ଓ ପୋଲିସ ଏବଂ ପରିବହନ ବିଭାଗ ପକ୍ଷରୁ କାଗଜପତ୍ର ଯାଂଚରେ କୋହଳ କରିବା ନିମିତ ନିର୍ଦ୍ଦେଶ କରିବା ପରେ ରାଜ୍ୟର ସମସ୍ତ ପରିବହନ କାର୍ଯ୍ୟାଳୟଗୁଡିକରେ ଦେଖିବାକୁ ମିଳିଛି ଗାଡି ଚାଳକଙ୍କ ଭିଡ ।

ଏହି ପରିପ୍ରେକ୍ଷୀରେ ରାୟଗଡ ଜିଲ୍ଳା ଆଂଚଳିକ ପରିବହନ ବିଭାଗ ଓ ଜିଲ୍ଳା ପୋଲିସର ମିିଳିତରେ ଗତ ସେପ୍ଟେମ୍ବର ୪ତାରିଖ ଠାରୁ ଜିଲ୍ଳାର ବିଭିନ୍ନ ସ୍ଥାନରେ କଡାକଡି ଭାବେ ଟ୍ରାଫିକ୍ ନିୟମ ଉଂଲଘନକାରୀଙ୍କୁ ଧରପଗଡ କରାଯାଇ ନୂଆ ନିୟମ ପ୍ରକାରେ ଅର୍ଥ ଦଣ୍ଡ ବିଧାନ ଅନୁଯାୟୀ ଜୋରିମାନା ଆଦାୟ କରାଯାଉଥିବାରୁ ରାୟଗଡ ଆଂଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଡ୍ରାଇଭିଂ ଲାଇସେନ୍ସ, ଫିଟନେସ, ପରମିଟ୍, ରେଜିଷ୍ଟ୍ରେସନ୍ ଆଦି କାଗଜପତ୍ର ସଠିକ୍ କରିବା ନିମିତ ଗାଡି ମାଲିକ ଓ ଚାଳକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ତେବେ ଆରଟିଓ କାର୍ଯ୍ୟାଳୟରେ ପୂର୍ବରୁ ୨ଟି କାଉଂଟରରେ ଉକ୍ତ କାର୍ଯ୍ୟଗୁଡିକ ସଂପାଦନା କରାଯାଉଥିବା ବେଳେ ପ୍ରତିଦିନ ୩୦୦ରୁ ଉର୍ଦ୍ଧ ଲୋକଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଲୋକଙ୍କ ସୁବିଧା ନିମିତ ସମସ୍ତ କାର୍ଯ୍ୟ ପରିଚାଳନା ପାଇଁ ସୁବ୍ୟବସ୍ଥା କରାଯାଇଛି । ଯାହାଫଳରେ କାର୍ଯ୍ୟ ଠିକ୍ ଭାବେ ସଂପାଦନା ହେତୁ ବହୁମାତ୍ରାରେ ଲୋକଙ୍କ ଭିଡ କମ ହୋଇଥିବା ଦେଖିବାକୁ ମିିଳିଛି ।

ଟ୍ରାଫିକ୍ ନିୟମ ଉଂଲଘନକାରୀଙ୍କ ପାଇଁ କ୍ଷମା ନାହିଁ – ଆରଟିଓ

ସେହିପରି ରାୟଗଡ ଜିଲ୍ଳାରେ ସମସ୍ତ ଜନସାଧାରଣଙ୍କୁ ମୋଟର ଯାନ ସଂଶୋଧିତ ନୂଆ ଟ୍ରାଫିକ୍ ନିୟମ ଉଲଂଘନ କଲେ କେତେ ଅର୍ଥ ଦଣ୍ଡ ବିଧାନ ରହିଛି ସେ ସଂପର୍କରେ ଗାଡି ଯୋଗେ ପୋଷ୍ଟର ଓ ବ୍ୟାନର ସହ ମାଇକ ଲଗାଇ ପ୍ରଚାରପ୍ରସାର କରାଯାଇ ସଚେତନ କରାଯାଉଥିବା ବେଳେ ନିଜର ଡ୍ରାଇଭିଂ ଲାଇସେନ୍ସ ସହ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ତୁରନ୍ତ ମୋବାଇଲ ଆପ କିମ୍ବା ଆରଟିଓଙ୍କ କାର୍ଯ୍ୟାଳୟରେ ପ୍ରସ୍ତୁତ କରି ନେବା ପାଇଁ ଆରଟିଓ ଦିଲିପ କୁମାର ଦଳେଇ ପ୍ରକାଶ କରିଥିବା ବେଳେ ଜିଲ୍ଳା ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଚେକିଂ ଜାରି ରହିଛି ଏବଂ ଟ୍ରାଫିକ୍ ନିୟମ ଉଂଲଘନକାରୀ ଯଥା ହେଲମେଟ ନ ପିନ୍ଧିବା, ସିଟ୍ ବେଲଟ୍ ନ ବାନ୍ଧିବା, ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର କରିବା, ମଦ୍ୟପାନ କରି ଗାଡି ଚଳେଇବା, କ୍ଷମତା ଠାରୁ ଓଭର ଲୋଡିଂ ନେବା , କିଶୋର କିଶୋରୀମାନେ ଗାଡି ଚଳାଇବା ଓ ଟ୍ରାଫିକ୍ ନିମୟକୁ ଉଂଲଘନ କରୁଥିବା ଗାଡି ଚାଳକଙ୍କ ପାଇଁ କୈାଣସି ମାତ୍ରାରେ କ୍ଷେତ୍ରରେ କ୍ଷମା ଦିଆଯିବ ନାହିଁ ବୋଲି ସେ କହିଥିବା ବେଳେ ରାଜସ୍ୱ ଆଦାୟ ବିଭାଗର ଲକ୍ଷ୍ୟ ନୁହେଁ କେବଳ ରାସ୍ତା ଦୁର୍ଘଟଣାକୁ ହ୍ରାସ କରିବା ଏବଂ ଟ୍ରାଫିକ୍ ନିମୟ ମାନି ଗାଡି ଚାଳକମାନେ ଯାତାୟାତ କରିବା ପରିବହନ ବିଭାଗର ଲକ୍ଷ୍ୟ ବୋଲି ଆରଟିଓ ଶ୍ରୀ ଦଳେଇ ପ୍ରକାଶ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Click here to get daily News  & Views update 👇
https://bit.ly/OBgroup3
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.