ମ.ରାମପୁର ପୋଲିସ ପକ୍ଷରୁ ମଟରଯାନ ଓ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ବିନା ହେଲମେଟ ଆରୋହୀଙ୍କୁ ଗୋଲାପ ଫୁଲରେ ଦେଲେ ମଧୁର ଲଜ୍ଜା

କଳାହାଣ୍ଡି,୧୭/୯ (ହେମନ୍ତ ସାହୁ) : ଓଡ଼ିଶା ପୋଲିସର ଆହ୍ୱାନ କ୍ରମେ ମ.ରାମପୁର ପୋଲିସ ତରଫରୁ ଆଜି ଏସଡ଼ିପିଓ ଗୁପ୍ତେଶ୍ୱର ଭୋଇଙ୍କ ଉପସ୍ଥିତିରେ ତଥା ମ.ରାମପୁର ଥାନାଧିକାରୀ ଉତ୍ତମ କୁମାର ସାହୁଙ୍କ ନେତୃତ୍ୱରେ ମଟରଯାନ ଧାରା ୨୦୧୯ ଏବଂ ସଡ଼କ ସୁରକ୍ଷା ସଂପର୍କୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ବିନା ହେଲମେଟ ଆରୋହୀଙ୍କୁ ପୋଲିସ ପକ୍ଷରୁ ଲାଲ ଗୋଲାପ ଦେଇ ମଧୁର ଲଜ୍ଜା ସହ ସଚେତନତା ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା ।

 

ପ୍ରଥମେ ମ.ରାମପୁର କଲେଜ ଛକଠାରୁ କଲେଜ ଛାତ୍ରଛାତ୍ରୀ ଏବଂ ମ.ରାମପୁର ପୋଲିସ କର୍ମଚାରୀମାନେ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ଲୋକଙ୍କୁ ଆଜି ଫୁଲ, କାଲି ଫାଇନ୍ ଏବଂ ହେଲମେଟ ପିନ୍ଧନ୍ତୁ, ସୁରକ୍ଷିତ ରୁହନ୍ତୁ ଭଳି ବିଭିନ୍ନ ଉପାଦେୟ ସ୍ଲୋଗାନ ଦେଇ ଚାରିଛକଯାଏଁ ଯାଇଥିଲେ । ଚାରିଛକରୁ ଏହି ଶୋଭାଯାତ୍ରା ପୁଣି ଥରେ କଲେଜ ଛକଯାଏଁ ଫେରିଥିଲା । ଏହି କାର୍ଯ୍ୟକ୍ରମରେ ପୋଲିସ ପକ୍ଷରୁ ଏସ୍ଆଇ ଫ୍ଲୁରେନ୍ସ ଲାକ୍ରା, ଦାସିଆ ସେଠ, ଏଏସଆଇ କ୍ଷୀରସିନ୍ଧୁ ମାଝୀ, ଅକ୍ଷୟ କୁମାର ଜାଲଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.