ରାୟଗଡ,୧୭/୯ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହକୁ ସେବା ସପ୍ତାହ ଭାବେ ପାଳନ କରୁଛି ବିଜେପି । ଆଜି ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ଦେଶସାରା ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କପାଯାଇଥିବା ବେଳେ ଏକ ନିଆରା ଢଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଛି ରାୟଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟି ।
ରାୟଗଡ ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକାଙ୍କ ନେତୃତ୍ୱରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ରୋଗୀ ଓ ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଚନ କରି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ବିଜେପି କର୍ମୀ । ଏହି କାର୍ଯ୍ୟକ୍ରମରେ ବିଜେପିର ଶ୍ୟାମ କୁମାର ଦାଶ, ବିଦ୍ୟା ପଣ୍ଡା, ରାଜେନ୍ଦ୍ର କୁମାର ଚୈାଧୁରୀଙ୍କ ସମେତ ଅନ୍ୟ କର୍ମକର୍ତାମାନେ ସାମିଲ ହୋଇଥିଲେ ।
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
Like us on Facebook👇