ସଇଁତଲାର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାନୋତ୍ସବ  

ସଇଁତଲା,୧୮/୯ : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜାନୋତ୍ସବ ମହା ସମାରୋହରେ ଆରମ୍ଭ ହୋଇଛି । ସଇଁତଲା ସହର ସମେତ ବ୍ଲକର ବଡମାଲ, ରେଙ୍ଗାଲି, ଜଳିଆ, କନ୍ଧକେଲଗାଁ, ଟିକ୍ରାପଡା, ଘୁନସର ଓ ଲାଚୁଟ ଆଦି 
ଗ୍ରାମ ମାନଙ୍କରେ ପୂଜା ପାଉଛନ୍ତି ସ୍ବର୍ଗର ଶିଳ୍ପୀ ବିଶ୍ବକର୍ମା ମହାପ୍ରଭୂ । 

Omkar Vasthu
Omkar Vasthu

ସଇଁତଲା ଟେକ୍ସି ଷ୍ଟାଣ୍ଡ ଠାରେ ମାଁ ବିନ୍ଧ୍ୟବାସିନୀ ଡ୍ରାଇଭର ସଂଘ ପକ୍ଷରୁ ମହାସମାରୋହରେ ଆରମ୍ଭ ହୋଇଛି ବିଶ୍ବକର୍ମାଙ୍କ ପୂଜାର୍ଚ୍ଚନ। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ମଧୁସୂଦନ ସାହୁ ଓ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ମନ୍ଦାକିନୀ ସାହୁ କର୍ତ୍ତା ଥିବାବେଳେ ପଣ୍ଡିତ କିରଣ କୁମାର ମିଶ୍ର ଓ ମାନସ ମିଶ୍ର ପୂଜାର୍ଚ୍ଚନା କରିଥିଲେ । ଶ୍ରୀ ଅନିରୁଦ୍ଧ ସେଠଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଭକ୍ତିମୟ ପରିବେଶରେ କମିଟି ପକ୍ଷରୁ ତିନିଦିନି ଧରି ସମସ୍ତ ଭକ୍ତଙ୍କୁ ଅନ୍ନ ପ୍ରସାଦ ଦିଆଯିବ । ଉକ୍ତ ପୂଜାନୁଷ୍ଠାନକୁ ସନ୍ତୋଷ ବାଗ, ଅଶୋକ ବୁଡେକ, ଭରତ ରଣା, ବିନୋଦ ବଗର୍ତ୍ତୀ ଓ ସମସ୍ତ ସଭ୍ୟ ସହଯୋଗ କରୁଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
ସଇଁତଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.