ଆଦି ସଂସ୍କୃତିରର ଅନନ୍ୟ ବିଭବ ନାରେଙ୍ଗଦନୀର ଅଗ୍ନି ଭୈରବଙ୍କ ବାଲିଯାତ୍ରା

ଲାଞ୍ଜିଗଡ,୧୮/୯ : ଓଡିଶାର ଆଦିବାସୀ ସଂସ୍କୃତି ବିଶ୍ବର ଆଦିମ ସଂସ୍କୃତି ମାନଙ୍କ ମଧ୍ୟରେ ଅନ୍ୟତମ । ଆଦିବାସୀ ପରମ୍ପରା ଓ ଧର୍ମ ବିଶ୍ବାସ ପ୍ରକୃତି ଉପରେ ପର୍ଯ୍ୟାବେଶିତ । ସେହି ପ୍ରାଚୀନ ଧାରା ସମୟକ୍ରମେ ବିଳିନ ହେବାକୁ ବସିଥିବାବେଳେ ଆଦି ସଂସ୍କୃତିର ଏକ ପ୍ରାଚୀନ କ୍ଷେତ୍ର କଳାହାଣ୍ଡିରେ ଆଜିବି ପୂରାତନ ଧର୍ମ ଧାରାର ବୃହତ ଶ୍ରୋତ ବହି ଚାଲିଛି । ସେହି କ୍ରମରେ ଲାଞ୍ଜିଗଡ ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ନାରେଙ୍ଗଦନି ଠାରେ ଅଗ୍ନି ଭୈରବ ଓ ବୁଢା ଭୈରବଙ୍କ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ପରମ୍ପରା ଅନୁକ୍ରମେ ଭାଦ୍ରପଦ ଦ୍ଵାଦଶୀ ତିଥିରେ ଏହି ଯାତ୍ରା ପାଳିତ ହୋଇ ଆସୁଛି। ପାରମ୍ପାରିକ ରିତି ନିତି ଅନୁସାରେ ଏହିଦିନ ସ୍ଥାନୀୟ ଭୈରବ ମନ୍ଦିରରୁ ପୂଜକ ଯାଇ ନିକଟସ୍ଥ ବଂଶୀଧାରା ନଦୀରୁ ବାଲି କାଢି ଥାନ୍ତି । ଏହାକୁ ସାତଟି ନୂଆ ଚାଙ୍ଗୁଡିରେ ନଦୀରୁ ବାଲି ଆଣି ଗାଁରୁ ପ୍ରତ୍ୟକ ଘରୁ ସଂଗୃହିତ ବିଭିନ୍ନ ପ୍ରକାର ଶସ୍ୟ ଯଥା – ଧାନ, ମକା, ବିରି, କୋଳଥ ଇତ୍ୟାଦି ବିହନ ଗଜା ହେବା ପାଇଁ ଚାଙ୍ଗୁଡ଼ିରେ ଥିବା ବାଲିରେ ପକାଇଥାନ୍ତି । ଗଜା ହୋଇଥିବା ବିହନ ଅଷ୍ଟମ ଦିନ ପର୍ଯ୍ୟନ୍ତ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା।ଅଷ୍ଟମୀ ଦିନରେ କଞ୍ଚା ମାଠିଆରେ ବସି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଦେବତା। ସେହିଦିନ ନିକଟସ୍ଥ ନିୟମଗିରି ଜଙ୍ଗଲକୁ ଯାଇ ପୂଜକ ମାନେ ଝାମେରା କଣ୍ଟା ଆଣି ଦୋଳି ତିଆରି କରିଥାନ୍ତି।

ନବମ ଦିନରେ ବୁଢା ରାଜା ଓ ଅଗ୍ନି ଭୈରବ ନିଆଁରେ ତିଆରି ଖନ୍ଦାବ(ଝାମି)କୁ ତିନିଥର ପ୍ରଦକ୍ଷିଣ କରିବା ପରେ ଝାମେରା କଣ୍ଟାରେ ତିଆରି ଦୋଳିରେ ବସି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । କାଳେସୀ ନିଆଁ ଉପରେ ଚାଲି ଭକ୍ତଙ୍କୁ ତାଙ୍କ ଶକ୍ତିର ପରିଚୟ ଦେଇଥାନ୍ତି।ପରେ ଗାଁ ମୁଖିଆ (ଡମ୍ବରୁଧର ଚଣ୍ଡୀ)ଙ୍କ ଘରକୁ ଯାଇଥିଲେ। ଅଗ୍ନି ଭୈରବ ପୂଜକ ତ୍ରିନାଥ ପଟେଲ , ବୁଢା ରାଜା ପୂଜକ ଦିନବନ୍ଧୁ ପଟେଲ ଓ ବହୁକ ପ୍ରହଲ୍ଲାଦ ଓ ମୁଣ୍ଡଛିନା ମୁରଲୀଧର ଚଣ୍ଡୀଙ୍କ ଠାରେ ଦେବତା ଅଭିର୍ଭାବ ହୋଇଥିଲେ। ଯାତ୍ରା ସରିବା ପରେ ଏଠାରେ ଯୋଗ ଦେଇଥିବା ତଥା ମାନସିକ କରିଥିବା ଲୋକଙ୍କ ଦ୍ଵାରା ପାରା, କୁକୁଡ଼ା, ଛେଳି ଓ ପୋଢ଼ ବଳି ଦିଆଯାଇ ଥିଲା। ଏହି ଯାତ୍ରାରେ ନାରେଙ୍ଗଦନି ବାଲି ଯାତ୍ରା ପୂଜା କମିଟିର ସମସ୍ତ କର୍ମକର୍ତ୍ତା ଓ ଗ୍ରାମ ବାସୀ ସହଯୋଗ କରିଥିଲେ। ଯାତ୍ରା ଦେଖିବାକୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.