ଲାଞ୍ଜିଗଡ : ତୁଟୁନି ସିନ୍ଧିବାହାଲି ଅଙ୍ଗନୱାଡି କର୍ମୀ ନିଯୁକ୍ତି ବିବାଦ

୧୫ ଦିନହେଲା କେନ୍ଦ୍ରରେ ପଡିଛି ତାଲା, ବାରଣ୍ଡାରେ ବସୁଛନ୍ତି ଶିଶୁ

Omkar Vasthu
Omkar Vasthu

ଲାଞ୍ଜିଗଡ,୧୯/୯ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ବସନ୍ତ ପଡା ପଞ୍ଚାୟତ ଅଧିନସ୍ତ କଂସାରୀ ଗାଁରେ ଥିବା ସିନ୍ଧିବାହିଲି ଅଙ୍ଗନୱ।ଡ଼ି କେନ୍ଦ୍ରରେ ଆଜିକି ୧୫ଦିନ ହେଲା ତାଲା ପଡିବା ଫଳରେ କୁନି କୁନି କୋମଳ ମତି ଶିଶୁ ମାନେ ଟାଣ ଖରାରେ ବାରଣ୍ଡାରେ ବସି ବହୁ କଷ୍ଟରେ ପାଠ ପଢୁଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ସିନ୍ଧିବାହିଲି ସେଣ୍ଟରର ଦାଇତ୍ଵ ତୁଲାଉ ଥିବା ଅଙ୍ଗନୱ।ଡି କର୍ମୀ ମଞ୍ଜୁଳା ମହାପାତ୍ରଙ୍କ ଗତ ଜୁନ ମାସରେ ମୃତ୍ୟୁ ପରେ ସେଣ୍ଟରରେ ଅଙ୍ଗନୱାଡ଼ି କର୍ମୀଙ୍କ ଆବଶ୍ୟକତା ଥିଲା। ଅନ୍ୟ ଜଣେ ଅଙ୍ଗନୱାଡି କର୍ମୀଙ୍କୁ କିଛିଦିନ ସେଣ୍ଟର ଚଳାଇ ବାକୁ ଦାଇତ୍ୱ ଦିଆଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ହେଲେ କଂସାରୀ ଗ୍ରାମର କର୍ଣ୍ଣ ମାଝୀଙ୍କ ସ୍ତ୍ରୀ ମୁଙ୍ଗୁଳି ମାଝୀ ଦୁଇ ବର୍ଷ ପୂର୍ବରୁ ଏହି କେନ୍ଦ୍ରରେ ଅଙ୍ଗନୱ।ଡି ହେଲ୍ପରର ଦାଇତ୍ୱ ତୁଲାଉ ଥିଲେ। କିନ୍ତୁ ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ମୁଙ୍ଗୁଳିଙ୍କୁ ସରପଞ୍ଚରେ ଠିଆ ହେବା ପାଇଁ ଲୋକେ ଜିଦ ଧରି ବସିବା ଯୋଗୁଁ ବାଧ୍ୟ ହୋଇ ବସନ୍ତପଡା ପଞ୍ଚାୟତରରେ ଠିଆ ହୋଇ ବିଜୟ ଲାଭ ମଧ୍ୟ କରିଥିଲେ। ସରପଞ୍ଚରେ ୨ବର୍ଷରୁ ଉର୍ଦ୍ଧ ସମୟ ରହିବା ପରେ ମଞ୍ଜୁଳାଙ୍କ ମୃତ୍ୟୁ ପରେ ଅଙ୍ଗନୱୀଡି ପଦ ଖାଲି ଥିବାଯୋଗୁଁ ସରପଞ୍ଚରେ ରିଯାଇନ ଦେଇ ଅଙ୍ଗନୱ।ଡ଼ି ପାଇଁ ଚେଷ୍ଟା କରିଥିଲେ। ଯୋଗ୍ୟତା ଅନୁସାରର ଗତ ଅଗଷ୍ଟ ୨୧ତାରିଖରେ ସରକାରଙ୍କ ତରଫରୁ ସିନ୍ଧିବାହିଲି ସେଣ୍ଟରରେ ଅଙ୍ଗନୱ।ଡି ପାଇଁ ଚିଠି ପାଇଥିଲେ। ଏହାଦେଖି କିଛିଲୋକ ବିରୋଧ କରି ମୁଙ୍ଗୁଳି ମାଝୀ ସେଣ୍ଟରରେ ରହିଲେ ସବୁଦିନ ପାଇଁ ତାଲା ପକାଇ ଦେବୁ ବୋଲି କହୁଥିଲେ।

ମୁଙ୍ଗୁଳି ଅନ୍ୟ ଅଙ୍ଗନୱାଡ଼ି କର୍ମୀ ଠାରୁ ଦାଇତ୍ୱ ନେବା ପୂର୍ବରୁ ଗତ ୪ତାରିଖ ବୁଧବାର ଦିନ ଲୋକେ ସେଣ୍ଟରରେ ତାଲା ପକାଇ ଦେଇଥିଲେ। ଯାହା ଫଳରେ କୁନି କୁନି କୋମଳ ମତି ଶିଶୁ ମାନେ ଆଜିକି ୧୫ଦିନ ହେଲା ଖରାରେ ବସି ବାରଣ୍ଡାରେ ପାଠପଢୁଛନ୍ତି। ଏହି ବିଷୟ ମୁଙ୍ଗୁଳି ଉଚ୍ଚ ଅଧିକାରୀକୁ ଜଣାଇବା ସହ ଲାଞ୍ଜିଗଡ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଲାଞ୍ଜିଗଡ ପୋଲିସ ଘଟଣା ସ୍ଥଳକୁ ଯାଇ ଲୋକଙ୍କ ସହିତ କଥା ବାର୍ତ୍ତା କରିଥିବା ମୁଙ୍ଗୁଳି କହିଛନ୍ତି। ଆଉ କେତେ ଦିନ ପିଲା ବାରଣ୍ଡାରେ ବସି ଖରାରେ କଷ୍ଟ ପାଇବେ ଏହିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଲୋକେ ଦାବି କରିଛନ୍ତି

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.