କୋକସରାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କୋକସରା,୨୦/୯ : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାର ପକ୍ଷରୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ୨୦୧୯ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଦୀପକ କୁମାର ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ ଶିବିରରେ ମୂଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ସେଠୀ, ସମ୍ମାନିୟ ଅତିଥି ଭାବରେ ବ୍ଲକ ଭିନ୍ନକ୍ଷମ ସଂଘର ସଭାପତି ମାନ ପୁଞ୍ଜୀ, ଟେମରା ସମିତି ସଭ୍ୟ ରାଜେନ୍ଦ୍ର ନାଏକ ପ୍ରମୂଖ ମଂଚାସୀନ ହୋଇଥିଲେ ।

ପ୍ରଥମେ ଅତିଥି ମାନେ ମଞ୍ଚାସୀନ ହେବାପରେ ସନ୍ଥ ଭୀମଭୋଇଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦିପ ପ୍ରଜ୍ୱଲନ କରି ଅନୁଷ୍ଠାନିକ ଭାବରେ ଶିବିରକୁ ଉଦ୍ଘାଟନ କରିଥିଲେ । ଶିବିରରେ ବ୍ଲକର ୨୨ ଗୋଟି ପଂଚାୟତରୁ ଆସିଥିବା ଭିନ୍ନକ୍ଷମ ମାନେ ଯୋଗଦେଇ ବିଭିନ୍ନ ବିଭାଗ ଯଥା ଡି.ଆର୍.ଆଇ ଲୋନ୍ ଏବଂ ସି.ଏମ୍.ଆର ବିଭାଗ, ପେନସନ ବିଭାଗ, ବସ୍ ଓ ଟ୍ରେନ ପାସ୍, ଏଡ୍ସ, ମିସନ କ୍ଷମତା ବିଭାଗ, ୟୁ.ଡି.ଆଇ.ଡି ବିଭାଗ, ଭୋକେସ୍ନାଲ ଟ୍ରେନିଙ୍ଗ, ପି.ଏମ.ଏ.ୱାଇ ଓ ମୋକୁଡିଆ ବିଶୟରେ ସମସ୍ତଙ୍କୁ ଅବଗତ କରିଥିଲେ । ଶିବିରରେ କେତକ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ ଓ ହୁଇଲ ଚେଆର, ଭିନ୍ନକ୍ଷମ ପ୍ରମାଣ ପତ୍ର ଆଦି ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ବିଭିନ୍ନ ବିଭାଗର ଡାକ୍ତର ମାନେ ଉପସ୍ଥିତ ରହି ରୋଗୀ ମାନଙ୍କର ରୋଗ ଚିହ୍ନଟ କରିଥିଲେ । ଆଖି ବିଶେଷଜ୍ଞା ଡାକ୍ତର ପ୍ରିୟଙ୍କା ଗାଭାଲି, ଅସ୍ତି ବିଶୋଷଜ୍ଞ ଡ. ଶୁନୀଲ କୁମାର ପାଢୀ, ମାନସୀକ ବିଶୋଷଜ୍ଞ ଡ. ପ୍ରତାପ କୁମାର ପଟ୍ଟନାୟକ, ଇଏନଟି ( ମୁହ/ନାକ/କାନ ) ଡ. ପ୍ରଦ୍ୟୁମ୍ନ କିଶୋର ପଣ୍ଡା, ଡି.ଡି.ଆର.ସି ସଂଗ୍ରକ୍ଷିତ ସହଯୋଗୀ ରମେଶ ଜେନା ପ୍ରମୂଖ ଶିବିରରେ ଯୋଗଦେଇଥିଲେ ।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.