ଆମପାଣି ପୋଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା

କୋକସରା,୨୧/୯ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ପକ୍ଷରୁ ଥାନାଧିକାରୀ ପୁଷ୍ପାଞ୍ଜଲି ନିଙ୍ଗୀଙ୍କ ନେତୃତ୍ୱରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆମପାଣି ପଞ୍ଚାୟତ ଷ୍ଟାପ୍, ପୋଲିସ କର୍ମଚାରୀ ସମେତ ଏସ୍.ଏସ୍.ଡି ସ୍କୁଲର ଛାତ୍ରମାନେ ଯୋଗଦେଇ ସ୍ଥାନୀୟ ବୁଢାରଜା ମନ୍ଦିର ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ହାତରେ ଫ୍ଲାକାର୍ଡ ଧରୀ ବିଭିନ୍ନ ସ୍ଲେଗାନ ଦେଇ ବୁଢାରଜା ନେଡାଳ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇ ଲୋକ ମାନଙ୍କୁ ସଡକ ସୁରକ୍ଷା ବିଷୟରେ ସଚେତନତା କରାଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପୁଣି ସେଠାରୁ ଶୋଭାଯାତ୍ରା ଫେରି ଆମପାଣି ସାପ୍ତାହିକ ବଜାର ଦେଇ ବୁଢାରଜା ମନ୍ଦିର ପରିସରରେ ପହଂଚି ସଚେତନତା ଶୋଭାଯାତ୍ରା ସମାପନ କରିଥିଲେ । ଏଥିରେ ଆମପାଣି ସରପଞ୍ଚ ଟିକିଚନ୍ଦ୍ର ଧଙ୍ଗଡା ମାଝୀ, ନାଏବ ସରପଞ୍ଚ ପଦ୍ମାବତୀ ମାଝୀ, ସମାଜ ସେବୀ ଜିତୁ ପଣ୍ଡା, ପରକ୍ଷିତ ପୁଝାରୀ, କିସନଲାଲ ପୁଝାରୀ, ନିତ୍ୟାନନ୍ଦ ମାଝୀ, ଯୁଗଲ କିଶୋର ମାଝୀ, ଆମପାଣି ଥାନା ଏ.ଏସ୍.ଆଇ ରମେଶ ଚନ୍ଦ୍ର ପଟ୍ଟନାୟକ, ଏ,ଏସ୍,ଆଇ ପିତବାସ ପୁରୋହୀତ ସହ ଥାନା କର୍ମଚାରୀ ମାନେ ସାମିଲ ହୋଇ ଲୋକ ମାନଙ୍କୁ ସଡକ ସୁରକ୍ଷା ବିଷୟରେ ସଚେତନତା କରାଇଥିଲେ ।

Udyog Nursery
Udyogi Nursery

କେକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.