ବଲାଙ୍ଗିର,୨୨/୯ : ବ୍ୟାଙ୍କ କାମରେ ଆସିଥିବା ଜଣେ ମହିଳାଙ୍କ ଉପରେ ଛାତ ପଡି ଯିବାରୁ ସେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଏପରି ଏକ ଅଭାବନିୟ ଘଟଣା ଘଟିଛି ବଲାଙ୍ଗିରରେ । ପ୍ରାପ୍ତ ସୂଚନା ଆଧାରରେ ଶନିବାର ଦିନ ପୁଇଁତଲା ବ୍ଲକ ନୂଆପାଲି ଗାଁର ସ୍ବୟଂ ସହାୟକ ଗୋଷ୍ଠିର ମହିଳାମାନେ ବଲାଙ୍ଗିର ସହର ସ୍ଥିତ କାନାଡ଼ା ବ୍ୟାଙ୍କକୁ ଗୃପ ଲୋନ ନେବା ପାଇଁ ଆସିଥିଲା।
ସନ୍ଧ୍ୟା ୬ଟା ସମୟରେ ବ୍ୟାଙ୍କ ସାମ୍ନା ଛାତ ପଡିଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସାଧାରଣ ଜନତା ଓ ବ୍ୟାଙ୍କ କର୍ମଚାରି ତେବେ ଗୃପ ଲୋନ ପାଇଁ ଆସିଥିବା ନୂଆପାଲି ଗାଁର ସୁମତୀ ଦିପଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ସଙ୍ଗେ ସଙ୍ଗେ ବ୍ୟାଙ୍କ କର୍ମଚାରୀମାନେ ମହିଳା ଜଣଙ୍କୁ ଭୀମ ଭୋଇ ମେଡିକାଲ କେଲେଜକୁ ନେଇ ଚିକିତ୍ସା କରାଇଥିଲେ। ମହିଳାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବ୍ୟାଙ୍କ ମେନେଜର ବହନ କରିଥିବା ସୂଚନା ମିଳିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟଯେ କାନାଡା ବ୍ୟାଙ୍କ ବଲାଙ୍ଗିର ଶାଖା ଏକ ପୁରାତନ ଘରେ ଚାଲିଛି ଓ ଘରର ଛାତ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି । ଏଠାରେ ବ୍ୟାଙ୍କ କର୍ମଚାରୀମାନେ ଅସୁରକ୍ଷିତ ଭାବେ କାର୍ଯ୍ୟ ସଂପାଦନ କରୁଥିବା ବେଳେ ଗ୍ରାହକମାନଙ୍କ ମୁଣ୍ଡ ଉପରେ ବିପଦ ଝୁଲି ରହିଥାଏ । ତେଣୁ ଆଗକୁ ଯେମିତି ଏପରି ଦୂର୍ଘଟଣା ନଘଟେ ସେଥିପ୍ରତି ବ୍ୟାଙ୍କ କତୃପକ୍ଷ ପଦକ୍ଷେପ ନେବା ଉଚିତ ବୋଲି ବୁଦ୍ଧିଜିବୀ ମହଲରୁ ମତ ପ୍ରକାଶ ପାଇଛି ।
ବଲାଙ୍ଗିରରୁ ସଂଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in
Like us on Facebook👇
http://facebook.com/odiabarta