ରାୟଗଡ,୨୨/୯ : ରାୟଗଡ ଜିଲ୍ଳା କୋଲନରା ବ୍ଳକ ବାଙ୍କିଲି ଗ୍ରାମ ପଂଚାୟତ ନିକଟସ୍ଥ ମୀନାଝୋଲା ପ୍ରାଥମିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଦିବସୀୟ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବାଙ୍କିଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋନଜ କୁମାର ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସହକାରୀ ସ୍କାଉଡ ମାଷ୍ଟର ସତ୍ୟାନନ୍ଦ ମଲ୍ଳିକ, ମଳୟ କୁମାର ପ୍ରଧାନ, ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଷ୍ଟାଲିନ ଦାସ, ସହକର୍ମୀ ଦୀପକ ସ୍ୱାଇଁ, ସ୍ଥାନୀୟ ଜନ ପ୍ରତିନିଧି ବିଶି କେଶନ କଣ୍ଡାଗରୀ ଓ ସ୍କାଉଡ ଏବଂ ରେଡକ୍ରସର ଛାତ୍ର ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଛାତ୍ରମାନଙ୍କ ସହ ଶିକ୍ଷକ, ଡାକ୍ତର, ସହଯୋଗୀ କର୍ମୀ, ଗ୍ରାମର ଲୋକମାନେ ମିଶି ମେଡିକାଲ ଚର୍ତୁପାଶ୍ବ ସଫେଇ କରିଥିଲେ । ପରିବେଶ ସଫା ରଖିବା ସହ ନିଜେ ସଚେତନ ରହିବା ପାଇଁ ସମାଜକୁ ଏହା ଗୋଟିଏ ବାର୍ତା ବୋଲି ପ୍ରଧାନଶିକ୍ଷକ ମୋନଜ କୁମାର ଗମାଙ୍ଗ ପ୍ରକାଶ କରିଥିଲେ ।
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
Like us on Facebook👇