ସୋନପୁରରେ ବିଶାଳ ଆଇନ ସେବା ଶିବିର

ସୋନପୁର,୨୨/୯ : ସ୍ଥାନୀୟ ଭୀମ ଭୋଇ କଳାମଣ୍ଡପ ଠାରେ ଜିଲ୍ଲା ଆଇନ ସେବା ପ୍ରଧିକରଣ ଓ ଜିଲ୍ଲା ପ୍ରସାସନର ମିଳିତ ସହ ଯୋଗରେ ଏକ ବିଶାଳ ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା ହାଇକୋର୍ଟ ଜଷ୍ଟିସ ସଞ୍ଜୁ ପଣ୍ଡା ମୁଖ୍ୟ ଅଥିଥି ଭାବେ ଯୋଗଦେଇଥିବା ବେଲେ ଜଷ୍ଟିସ ପ୍ରଥମ ପଟ୍ଟନାୟକ, ଜଷ୍ଟିସ ଚିତରଜଂନ ଦାଶ, ସଦସ୍ୟ ସଚିବ ଓଡିଶା ଆଇନ ସେବା ପ୍ରଧିକରଣ ଦେବାଶିଶ ନାୟକ ପ୍ରମୁଖ ସମ୍ମାନିତ ଅଥିଥି ଭାବେ ଯୋଗ ଦେଇଥିଲେ । ଅଥିଥି ମାନେ ଆଇନ ବିଭାଗ ଦ୍ବାରା କାର୍ଯ୍ୟକାରି ବିଭିନ୍ନ ଯାଜନା ଉପରେ ଆଲୋକପାତ କରିଥିଲେ । ସେହିପରି ମୁଖ୍ୟଅତିଥି ପଣ୍ଡା ସ୍ଥାୟୀ ଅଦାଲତ ସ୍ଥାପନ ହେଲେ ବହୁ ସମସ୍ୟାର ସମାଧାନ ଆପୋସ ବିଝାମଣାରେ ହୋଇପାରିବ ବୋଲି କହିଥିଲେ । ସୋନପୁରରେ ଖୁବ ସିଘ୍ର ସ୍ଥାୟି ଲୋକ ଅଦାଲତ ପ୍ରତିଷ୍ଠା ହେବ ବୋଲି ସୁଚନା ଦେଇଥିଲେ । ଏହି କଯ୍ୟକ୍ରମରେ ବିଭିନ୍ନ ଯୋଜନାରେ ୨ ହଜାର ୪୮୨ ଜଣ ହିତାଧିକାରି ଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ସେହିପରି ଟାଉନ ହଲରେ ବିଭିନ୍ନ ବିଭାଗ ଦ୍ୱାରା ୨୦ ଟି ଷ୍ଟଲ କରାଯାଇ ଜନ ସାଧାରଣଙ୍କୁ ଯୋଜନ ବିସୟରେ ସୁଚନା ପ୍ରଦାନ କରାଯାଇଥିଲା । ଏହି ଆଇନ ସେବା ଶିବିର ରେ ମାଧ୍ୟମରେ ଜିଲ୍ଲାର ଜନ ସାଧାରଣ କିପରି ଭାବେ ସରକାରଙ୍କ ବିଭିନ୍ନ ବିଭାଗରୁ ଆବଶ୍ୟକ ସହାୟତା ପାଇବେ ତାହା ଉପରେ ଗୁରୁତ୍ୱରୋପ କରାଇଥିଲେ । ଏହି କ୍ୟାକ୍ରମରେ ଜିଲ୍ଲାପାଳ ମନିଷା ବାନାର୍ଜିଙ୍କ ସହ ଏସପି ଦେବି ପ୍ରସାଦ ଦାସ, ଏଡିଏମ ଶରତ ପଣ୍ଡା, ଏଡିଜେ ମାନସ ପଣ୍ଡା, ସିଜିଏମ ମାନଓ ରଥ, ସବ୍ ଜଜ୍ ଚିନ୍ମୟ ଗଛାୟତ, ଆଇନ ସେବା ପ୍ରଧିକରଣ ସମ୍ପାଦିକା ସିମା ତ୍ରିପାଠି ପ୍ରମୂଖ ଉପସ୍ଥିତ ଥିବା ବେଲେ ପ୍ରଦ୍ୟୁମ୍ନ ସାହୁ ମଚଂ ପରିଚାଳନା କରିଥିଲେ । ଏହି ରାର୍ଯ୍ୟକ୍ରମରେ କୋର୍ଟ ମ୍ୟାନେଜର ଅଚୁତନନ୍ଦ ସାମନ୍ତାରାୟ, ବିନ୍ଦୁ ସାର ମହାପାତ୍ର, କେଶବ ଗୁରୁ, ରଘୁନାଥ ସାହୁ ପ୍ରମୁଖ ସହେଯାଗ କରିଥିଲେ ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.