ଜେକେପୁର ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର

ରାୟଗଡା,୨୧/୯ : ପାର୍ବଣ ଋତୁର ଆଶ୍ୱିନ ମାସରେ ଧରାପୃଷ୍ଠରେ ଓହ୍ଳାଇବେ ମାଁ ଦୁର୍ଗା । ଏ ନେଇ ଦୁର୍ଗା ପୂଜା କରୁଥିବା ମଣ୍ଡପଗୁଡିକରେ ସୁନ୍ଦର ତୋରଣ ସାଙ୍ଗକୁ ଗଢା ଯାଉଛି ମାଁଙ୍କ ମୃଣ୍ମୟୀ ମୂର୍ତି । ଏହି ଅବସରରେ ରାୟଗଡା ଜିଲ୍ଳାର ଜେକେପୁର ଠାରେ ଥିବା ଦେଶର ଏକ ଶ୍ରେଷ୍ଠ ଶିଳ୍ପାନୁଷ୍ଠାନ ଜେକେ କାଗଜ କଳର ଦୁର୍ଗା ପୂଜା କମିଟି ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଜୋରଦାରରେ ଚାଲିଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୁର୍ଗା ପୂଜାକୁ ମହାଆଡମ୍ବରରେ ପାଳନ କରିବାକୁ ପୂଜା କମିଟି ନିଷ୍ପତି ନେଇଥିବା ବେଳେ ଚଳିତ ବର୍ଷ ୬ଦିନ ଧରି ଦର୍ଶକଙ୍କ ମନୋରଂଜନ ନିମନ୍ତେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆସନ୍ତା ଅକ୍ଟୋବର ୬ତାରିଖ ଶନିବାର ଦିନ ପ୍ରଥମ ସାଂସ୍କୃତିକ କାର୍ଯ୍ୟକ୍ରମ ସୂଚୀରେ ଜେକେ କାଗଜ କଳର ନୃତ୍ୟ ସଦନର କଳାକାରମାନଙ୍କ ଦ୍ୱାରା ଶାସ୍ତ୍ରୀୟ ଓ ସ୍ଥାନୀୟ ଲୋକନୃତ୍ୟ ପରିବେଷଣ କରାଯିବାକୁ ଥିବା ବେଳେ ଦ୍ୱିତୀୟ ଦିନରେ ଧାରୁଆ ଡେନ୍ସ ଗ୍ରୁପ୍ ପକ୍ଷରୁ ଆଦିବାସୀ ଲୋକନୃତ୍ୟ ଓ ଶାସ୍ୱତ କୁମାର ତ୍ରିପାଠୀ ଏବଂ ସରିତାଙ୍କ ଦ୍ୱାରା ସମ୍ବଲପୁରୀ ଅର୍କେଷ୍ଟ୍ରା, ତୃତୀୟ ଦିନରେ ଜେକେପୁରର ଜୟ ଜଗନ୍ନାଥ ନାଟ୍ୟ କଳା ପରିଷଦର ଖ୍ୟାତାନାମ କଳାକାରଙ୍କ ଦ୍ୱାରା “ସମୟ କହିବ ଭୁଲ କାହାର” ନାଟକ ପରିବେଷଣ, ଚତୁର୍ଥ ଦିନରେ ସ୍ୱତନ୍ତ୍ର ଅତିଥିଙ୍କ ସହ ବିଶାଖାପାଟଣାମର ହଟ୍ ଷ୍ଟେପେର୍ସ କଳାକାରଙ୍କ ଦ୍ୱାରା ତେଲୁଗୁ ମ୍ୟୁଜିକାଲ ଏବଂ ସିଜିଲିଂ ମୋର୍ଡେନ ଡେନ୍ସ, ପଂଚମ ଦିନରେ ଭୁବନେଶ୍ୱରର “ଦି ଜାଜ୍ ବ୍ୟାଣ୍ଡ”ଦ୍ୱାରା ମ୍ୟୁଜିକଲ୍ ନାଇଟ୍ ଏବଂ ଏଥିରେ ଇଟିଭି ଆମରି ସ୍ୱର କାର୍ଯ୍ୟକ୍ରମର ବିଜେତା ତାରିକ୍ ଅଜିଜଙ୍କ ସହିତ ଅନନ୍ୟା, ଭାଗ୍ୟଶ୍ରୀ ଏବଂ ଆରୟାଙ୍କ ଯୋଗଦାନ କରିବାକୁ ଥିବା ବେଳେ ଷଷ୍ଠ ତଥା ସାଂସ୍କୃତିକ କାର୍ଯ୍ୟକ୍ରମର ଶେଷ ଦିନରେ ଛତିଶଗଡ ରାଜ୍ୟର ରାୟପୁରର ଇଭେଂଟ ଗୃପ କନିଷ୍ଠ କଳାକାରମାନଙ୍କୁ ନେଇ ନୃତ୍ୟ ଓ ଗୀତ କାର୍ଯ୍ୟକ୍ରମ ପରିବେଶଣ କରାଯିବାର ସ୍ଥିର ହୋଇଥିବା ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Udyog Nursery
Udyogi Nursery

ସେହିପରି ଚଳିତ ବର୍ଷ ଦୁର୍ଗା ପୂଜା ନିମନ୍ତେ ସୁନ୍ଦର ତୋରଣ ସାଙ୍ଗକୁ ମାଁଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଦୁର୍ଗା ପୂଜା ମଣ୍ଡପ ପଡିଆରେ ଚଳିତ ବର୍ଷ ୧୩୦ଟି ଷ୍ଟଲ ଲଗାଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ମାଁ’ଙ୍କ ଆର୍ଶିବାଦରେ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏଠାରେ ଦର୍ଶକ ତଥା ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆହୁରି ବଢିବ ବୋଲି ପୂଜା କମିଟିର ଅଧ୍ୟକ୍ଷ ତଥା ଜେକେ କାଗଜ କଳର କାର୍ଯ୍ୟ ନିର୍ବାହୀ ଉପସଭାପତି (କାର୍ମିକ) ପବନ କୁମାର ସୂରୀ ସୂଚନା ଦେଇଥିବା ବେଳେ ପୂଜା ମଣ୍ଡପ ଓ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡିକରେ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ନିମନ୍ତେ ସମସ୍ତ ସୁବିଧା ସୁଯୋଗ କରାଯାଇଥିବା ବେଳେ ପୂଜା ପଡିଆରେ ସୁସ୍ୱାଦ୍ୟ ଖାଦ୍ୟ ଷ୍ଟଲଗୁଡିକ ଲଗାଯିବ ଏବଂ ପୂଜା ପଡିଆ ଓ ମୁଖ୍ୟ ରାସ୍ତାରେ ସୁନ୍ଦର ଆର୍କଷଣୀୟ ଆଲୋକମାଳାରେ ସୁସଜ୍ଜିତ କରାଯିବା ସହ ଶାନ୍ତିଶୃଙ୍ଖଳା ନିମନ୍ତେ ଚାନ୍ଦିଲି ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯିବ ବୋଲି ଜେକେ କମ୍ପାନୀର ଲୋକ ସଂପର୍କ ଅଧିକାରୀ ସୁନୀଲ କୁମାର ନାଥ ସୂଚନା ଦେଇଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.