କୋଶଲି ଭାଷା ସଂସ୍କୃତି ଗବେଷଣା କେନ୍ଦ୍ରର ଲୋଗୋ ଉନ୍ମୋଚିତ

ବଲାଙ୍ଗୀର,୨୨/୯: ସ୍ଥାନୀୟ ଅମଲା ଭବନଠାରେ କୋଶଲି ଭାଷା ସଂସ୍କୃତି ଗବେଷଣା କେନ୍ଦ୍ର ତରଫରୁ ଏକ ବୈଠକ ଅନୁଷ୍ଠିତ ହେଇଥିଲା । ଏହି ଅବସରରେ ପଦ୍ମଶ୍ରୀ ଶ୍ରୀନିବାସ ଉଦଗାତାଙ୍କ ଅଙ୍କିତ ଲୋଗୋକୁ କୋଶଲି ଭାଷା ଆର୍ ସଂସ୍କୃତି ଗବେଷଣା କେନ୍ଦ୍ରର ପୁରୁଖା ସଦସ୍ଯମାନେ ସାମୁହିକ ଉନ୍ମୋଚନ କରିଥିଲେ । ପରେ ଅନୁଷ୍ଠିତ ସଭାରେ ସମଗ୍ର କୋଶଳାଞ୍ଚଳର ୧୨ ଗୋଟି ଜିଲ୍ଲାରେ ଅଗ୍ରଣୀ ଭାବରେ ଭାଷା-ସଂସ୍କ୍ରୁତି କ୍ଷେତ୍ର ରେ କାର୍ଯ୍ୟ କରୁଥିବା ଓ ଅଞ୍ଚଳ ବାହରେ ଥାଇ କୋଶଲି ଭାଷା ସଂସ୍କୃତି ପାଇଁ କାର୍ଯ୍ୟ କରୁଥିବା ଆମ ଅଞ୍ଚଳର ବ୍ୟକ୍ତି ବିଶେଷ ମାନଙ୍କ ସହ ମିଶି ଏକ କୋଶଲି ଭାଷା ସାହିତ୍ଯ ସମ୍ମିଳନୀ ଅନୁଷ୍ଠିତ କରିବାକୁ ସମସ୍ତ ସଦସ୍ଯ ମତ ଦେଇଥିଲେ ।

ସଭାରେ ଗୁରୁଶ୍ରୀ ଡଃ ଘାସିରାମ ମିଶ୍ର, ନାମଯଜ୍ଞ ମିଶ୍ର, ଶାନ୍ତନୁ କୁମାର ନାଏକ, ବୀରେନ୍ଦ୍ର ବନଛୋର, ନିମାଇଁ ଚରଣ ପାଣିଗ୍ରାହୀ, ବିଶ୍ବଜିତ ନାୟକ, ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ରାମଭକ୍ତ ଫରିକାର, ସୁଶାନ୍ତ ବାଗ, ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ପୁସ୍ତମ ଜୁଏଡ, ଗଣେଶ ବାରିକ, ଗୋବର୍ଦ୍ଧନ ପାଣ୍ଡିଆ, କପିଳେଶ୍ୱର ଖମାରି, ଅବଦୁଲ ମଜିଦ୍ ପ୍ରମୁଖ ଭାଷାର ଉନ୍ନତି ଓ ପ୍ରସ୍ତାବିତ ସମ୍ମିଳନୀ ସଫଳ କରିବା ଉପରେ ନିଜ ନିଜର ମତ ରଖିଥିଲେ । ଶେଷରେ କବି ରାମଭକ୍ତ ଫରିକାର ଧନ୍ଯବାଦ ଦେଇଥିଲେ ।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.