ଲାଞ୍ଜିଗଡ,୨୩/୯ : ଲାଞ୍ଜିଗଡ ଥାନା ପୋଲିସ ପକ୍ଷରୁ ‘ମଟରଗଡି, ଯାନବାହାନ ନିୟମ ୨୦୧୯ ଓ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି ।ଲାଞ୍ଜିଗଡ ଏସଏସଡି କଲେଜ ଛକ ଠାରୁ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ପୋଲିସ କର୍ମଚାରୀ ମାନେ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ଲାଞ୍ଜିଗଡ ସହର ପରିକ୍ରମା କରିବା ସହିତ ଲୋକଙ୍କୁ ହେଲମେଟ ପିନ୍ଧନ୍ତୁ ସୁରକ୍ଷିତ ରୁହନ୍ତୁ ଭଳି ବିଭିନ୍ନ ଉପାଦେୟ ସ୍ଲୋଗାନ ଦେଇ ରାଜା ପଡ଼ା ଛକ ଯାଏଁ ଯାଇଥିଲେ। ରାଜା ପଡ଼ା ଛକରୁ ପୁଣି ଥରେ କଲେଜ ଛକ ପର୍ଯ୍ୟନ୍ତ ଫେରିଥିଲେ ।
ଥାନା ଅଧିକାରୀ ସତ୍ୟନାରାୟଣ ନନ୍ଦଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିନା ହେଲମେଟ ଆରୋହୀଙ୍କୁ ପୋଲିସ ପକ୍ଷରୁ ଲାଲ୍ ଗୋଲାପ ଦେଇ ଅବଗତି କରାଯାଇ ଥିବାବେଳେ ହେଲମେଟ ପିନ୍ଧିଥିବା ଲୋକଙ୍କୁ ପ୍ରଶଂସା ମୂଳକ ଫୁଲଦାନୀ ଦେଇ ସ୍ୱାଗତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ ଏସଏସଡି ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଜିତେନ୍ଦ୍ର ନାରାୟଣ ନାଗ, ଲାଞ୍ଜିଗଡ ଥାନା ଏସ୍ଆଇ ବିପିନ୍ କୁମାର କୁଳଦୀପ, ଏସ୍ଆଇ ଡମ୍ବରୁ ପ୍ରଧାନ, ଏଏସ୍ଆଇ ରମାକାନ୍ତ ମିଶ୍ର, ହାବିଲଦାର କେ.ଏମ୍ ପଟେଲ, ଆରବିଏନ ପୁଲିସ ଫୋର୍ସ, ହୋମଗାର୍ଡ ଓ ଲାଞ୍ଜିଗଡ ଥାନା ପୋଲିସ କର୍ମଚାରୀଙ୍କ ସମେତ ଏସଏସଡି ବିଦ୍ୟାଳୟର ଦୁଇ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ସହଯୋଗ କରି ରାଲିରେ ସାମିଲ ହୋଇଥିଲେ।
ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
Like us on Facebook👇