ଅଳ୍ପ ଗଳ୍ପ ପୁରାଣ ପ୍ରସଙ୍ଗରୁ : କାଳୀୟ ମର୍ଦ୍ଦନ

ବୃନ୍ଦାବନ ନିକଟରେ କାଳିନ୍ଦୀ ନାମରେ ଏକ ବୃହତ ହ୍ରଦ ଥାଏ । ସେଠାରେ କାଳୀୟ ନାଗ ନିଜ ପରିବାର ସହ ବାସ କରୁଥାଏ । ସାପ ମାନଙ୍କ ଫୁତ୍କାରରେ ହ୍ରଦର ପାଣି ବିଷ ପାଳଟି ଯାଇଥାଏ । କାଳୀୟ ନାଗ ପାଇଁ ଗୋପାଳ ପୁଅ ମାନଙ୍କ ବହୁତ ଅସୁବିଧା ହୁଏ । ଗାଇ ଚରାଇବା ସମୟରେ ଟିକେ ଅସାବଧାନ ହେଲେ ଗାଇ ଗୋରୁ ମାନେ ପାଣି ପିଇବାକୁ କାଳିନ୍ଦୀ ହ୍ରଦକୁ ଚାଲି ଯାଆନ୍ତି । ସେହି ପାଣି ପିଇବା କ୍ଷଣି ବିଷ ପ୍ରଭାବରେ ସେମାନଙ୍କ ମୃତ୍ୟୁ ହୁଏ । କୃଷ୍ଣ କାଳୀୟକୁ କାଳୀନ୍ଦୀ ଦ୍ରଦ ଛାଡି ଚାଲିଯିବାକୁ ନିର୍ଦେଶ ଦେଲେ କିନ୍ତୁ ନିଜକୁ ସର୍ବ ଶକ୍ତିମାନ ବୋଲି ମନେକରୁଥିବା କାଳୀୟ ନାଗ କୃଷ୍ଣଙ୍କ କଥାକୁ କର୍ଣ୍ଣପାତ କଲାନାହିଁ । ଓଳଟା ସେ ଆତଙ୍କ ସୃଷ୍ଟି କରିବାରେ ଲାଗିଲା । ଗୋପାଳମାନେ ଚିନ୍ତିତ ହୋଇପଡିଲେ । ଦୁଷ୍ଟ କାଳୀୟର ଗର୍ବ ଗଞ୍ଜନ କରିବାକୁ କୃଷ୍ଣ କାଳିନ୍ଦୀ ହ୍ରଦ ଭିତରକୁ ଡେଇଁ ପଡିଲେ । ଏହା ଦେଖି ଗୋପ ବାଳକ ମାନେ ଅଜଣା ଆତଙ୍କରେ ସିହରିତ ହୋଇଉଠିଲେ । କାଳୀୟ କୃଷ୍ଣଙ୍କୁ ମାରିବାକୁ ଉଦ୍ୟତ ହେଲା । କୃଷ୍ଣ ତା’ର ଫଣା ଉପରେ ଚଢିଯାଇ ନୃତ୍ୟ କରିବାକୁ ଲାଗିଲେ । କୃଷ୍ଣଙ୍କ ପଦାଘାତ ସହିନପାରି କାଳୀୟ ତାଙ୍କର ଶରଣାପର୍ଣ୍ଣ ହେଲା । କୃଷ୍ଣଙ୍କ କଥା ଅନୁସାରେ କାଳୀୟ ସେହି ହ୍ରଦ ତ୍ୟାଗକରି ସପରିବାର ସମୁଦ୍ରକୁ ଚାଲିଗଲା । ଗୋପାଳ ମାନେ ମହା ଆନନ୍ଦରେ କୃଷ୍ଣଙ୍କୁ କାନ୍ଧରେ ବସାଇ ଖୁସି ମନାଇବାରେ ଲାଗିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Like us on Facebook👇

Udyog Nursery
Udyogi Nursery
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.