ବୋଡେନ,୨୩/୯ : ନୂଆପଡା ଜିଲ୍ଲା ବୋଡେନ ସ୍ଥିତ F – 216 ବାଟାଲିୟନ ସିଆରପିଏଫ କ୍ୟାମ୍ପ ତରଫରୁ ଏକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଅଫିସର ଆର. ସେତୁଙ୍କ ନେତୃତ୍ବରେ ଭିନ୍ନ ଢଙ୍ଗର ସ୍ୱଚ୍ଛ ଭାରତ ଅଭିଯାନ ହୋଇଥିବା ଦେଖିବାକୁ ମିଲିଛି ।
ସିଆରପିଏଫ ମାନଙ୍କ ଦ୍ବାରା ସଫେଇ କାର୍ଯ୍ୟକ୍ରମ ହେଉଥିବା ଦେଖି ବୋଡେନ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ବଇଚ୍ଛାରେ ଆସି ସଫେଇ କାର୍ଯ୍ୟରେ ସାହାର୍ଯ୍ୟ କରିଥିଲେ । ଏଥିରେ ଯେଉଁ ଛାତ୍ରଛାତ୍ରୀ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହୋଇଥିଲେ ସେମାନଙ୍କୁ କ୍ୟାମ୍ପ ତରଫରୁ ପୁରସ୍କୃତ କରାଯାଇଥିଲା । ଏହାସହ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମିଠା ଓ କଲମ ବଣ୍ଟନ କରାଯାଇଥିଲା ।
ବୋଡେନ ବ୍ଳକ ପ୍ରତିନିଧି ହିତେଶ କୁମାର ଅଦାଙ୍କ ରିପୋର୍ଟ odiabarta.in
Like us on Facebook👇