ସୁନୟନା ଓଝାଙ୍କ କବିତା : ପ୍ରକୃତି ପ୍ରେମ 

ପ୍ରେମ ପାଁଇ ମୁଁ ବନ୍ଦ ରଖିଥିଲି
ଏ ମନର ସବୁ ଦରଜା
ପ୍ରେମ ପାଇଁ ପୁଣି ଟାଣି ଧରିଥିଲି
ଏ ଅବୁଝା ସମୟ ସୂତା ।।

Omkar Vasthu
Omkar Vasthu

ଜାଣେନା କେମିତି ପଡିଲି ତୋ ପ୍ରେମେ
ଏ ସନ୍ଧ୍ୟା ତାରା କହ ତୁ କାନେ
କେମିତି ପଡିଲି ତୋହରି ପ୍ରେମେ
କହ ଲୋ ପ୍ରକୃତି କହ ତୁ କାନେ ।।

Pearl dental clinic
Near Ashish Medical Store, Bhawanipatna

ଛପି ଛପି ଛପି ଗ୍ରୀଷ୍ମ ର ତାତି
ଟିପି ଟିପି ଟିପି ବରଷା ର ରାତି
ଶରତ ର ସେଇ ସରମି ଲତା ଟି
ଚୋରେଇ ନେଇଛି ମୋ ମନର ପକ୍ଷୀ ଟି ।।

Udyog Nursery
Udyogi Nursery

ହେମନ୍ତ ର ସେଇ ସୁନେଲି କ୍ଷେତ
ହାତ ଠାରି ଡାକେ ବସିବା ମିତ
ଶୀତ ସକାଳର ପହିଲି କିରଣ
ମନକୁ ମୋହର କରିଛି ହରଣ ।।

ବସନ୍ତ ର ସେଇ କୁହୁ କୁହୁ ତାନ
କମ୍ପାଇତ କରେ ହୃଦୟ କାନନ
ମଳୟ ର ସେଇ ଚଗଲା ପବନ
ଭାଙ୍ଗି ଦିଏ ମୋର ସବୁ ଅଭିମାନ ।।

ସୁନୟନା ଓଝା

ତରିମୂଳ, କେନ୍ଦୁଝର

ଏଠି ଛୁଇଁ ଗଳ୍ପ, କବିତା, ସାହିତ୍ୟ ଖବର ପଢ଼ନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.