ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ପଲିଥିନ ବର୍ଜନ କର୍ମଶାଳା 

କଳାହାଣ୍ଡି,୨୩/୯ : ଭବାନିପାଟଣା ସ୍ଥିତ ସ୍ଵାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ପଲିଥିନ ବର୍ଜନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଶିବରାମ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ବରିଷ୍ଠ ଶିକ୍ଷୟତ୍ରୀ ସାଗରିକ ଦାସ, ଉପାସନା ସାହୁ ଓ କନ୍ୟାକୁମାରି ନାୟକ ଅତିଥି ଭାବେ ଯୋଗଦେଇଥିଲେ ।

ସ୍କୁଲର ଅଧ୍ୟକ୍ଷ ତାଙ୍କ ଅଭିଭାଷଣରେ ମତ ରଖିଥିଲେ ଯେ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଥିବା ଏହି ପ୍ଲାଷ୍ଟିକକୁ ନିଷେଧ କରିବା ଯାହାକି ଆମ ପରବର୍ତ୍ତୀ ପିଢ଼ି ପାଇଁ କ୍ଷତି କାରକ ନହେଉ। ଆମ ସମସ୍ତଙ୍କ ମିଳିତ ଉଦ୍ୟମରେ ଏହି ସଚେତନ କାର୍ଯ୍ୟକ୍ରମଟି ସଫଳ ହେବ ବୋଲି ଅଧ୍ୟକ୍ଷ କହିଥିଲେ।

ପ୍ଲାଷ୍ଟିକ ବ୍ୟବହାର ମଣିଷ ସମାଜ ପାଇଁ ଏତେ କ୍ଷତିକାରକ ଯାହା ଗୋଟିଏ ପରମାଣୁ ସଦୃଶ୍ୟ।ପ୍ଲାଷ୍ଟିକର ବ୍ୟବହାର ଭୟାବହ ରୂପ ନନେବା ପାଇଁ ଆମେ ସମସ୍ତେ ସଚେତନ ହେବା ନିତାନ୍ତ ଆବଶ୍ୟକ ବୋଲି ଅତିଥିବୃନ୍ଦ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଶିକ୍ଷକ ଦକ୍ଷ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରିତୁ ମହାରଣା ଧନ୍ୟବାଦ ଦେଇଥିଲେ।

Click below to get latest News & Views alerts on your mobile

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.