ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ ଘଟଣା : ପୀଡିତାଙ୍କୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା

ଜୁନାଗଡ,୨୪/୯ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଜାରିଂ ନିକଟରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ପରେ ଭିଡ଼ିଓ ଭାଇରାଲ ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରି ଦେଇଥିବା ବେଳେ ଆଜି ପିଡିତାଙ୍କୁ ଭେଟିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ଡଃ ମିନତୀ ବେହେରା । ଡଃ ବେହେରା ପ୍ରଥମେ ଜୁନାଗଡ ଥାନାରେ ପହଞ୍ଚିଥିଲେ ଓ ସେଠାରୁ ଜୁନାଗଡ ଡାକ୍ତର ଖାନାକୁ ଯାଇ ପିଡିତାଙ୍କୁ ଭେଟିଥିଲେ । ଏହାସହ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦୋଷୀଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ମହିଳା କମିଶନ ଅଧ୍ୟକ୍ଷା ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

ଏଠାରେ ଉଲ୍ଲେଖଯୋଗ୍ୟଯେ, ପିଡିତା ଯୁବତୀ ଜୁନାଗଡ଼ ଥାନାରେ ଲିଖିତ ଆଭିଯୋଗ କରିବାପରେ କଳାହାଣ୍ଡି ଆରକ୍ଷ ଅଧିକ୍ଷକଙ୍କ ନେତୃତ୍ବରେ ପୋଲିସ ପକ୍ଷରୁ ଯୋରଦାର ଛାନଭିନ ଆରମ୍ଭ ହୋଇଥିବାବେଳେ ଗତ କାଲି ଜଣେ ଓ ଆଜି ୩ ଯୁବକ ଏପରି ୪ ଜଣଙ୍କୁ ଘଟଣାରେ ସମ୍ପୃକ୍ତ ଥିବା ସଂଦେହର ଜୁନାଗଡ ଥାନାରେ ଅଟକ  ରଖାଯାଇଛି। ଅନ୍ୟପଟେ ଆଜି ମହିଳା କମିଶନ ଅଧ୍ୟକ୍ଷା ଡଃ ମିନତୀ ବେହେରା ଜୁନାଗଡ ପହଞ୍ଚିଛନ୍ତି ।

Pearl dental clinic
Near Ashish Medical Store, Bhawanipatna
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery

Click below to get latest News & Views alerts on your mobile

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.