ତରଭାରେ ଜିଲ୍ଲାପାଳଙ୍କ ସଂଯୁକ୍ତ ଜନଶୁଣାଣି ଓ କୃଷି ସମାଧାନ ଶିବିର

ସୋନପୁର,୨୪/୯ : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ରାଜୀବ ଗାନ୍ଧୀ ସଭା ଗୃହରେ ଜିଲାପାଳଙ୍କ ସଂଯୁକ୍ତ ଜନଶୁଣାଣୀ ଓ କୃଷି ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ଦେବୀପ୍ରସାଦ ଦାସ ଯୋଗ ଦେଇଥିଲେ ।

ଏହି ଶିବିରରେ ୧୧୭ଟି ଅଭିଯୋଗ ଦାଖଲ ହୋଇଥିଲା । ସେଥିମଧ୍ୟରୁ ୩୦ଟି ଅଭିଯୋଗ ସମାଧାନ କରାଯାଇଥିଲା । ବାର୍ଦ୍ଧକ୍ୟ ଭତ୍ତା ପାଇଁ ୭ ଜଣ, ଆରଡବ୍ଲୁଏସଏସ ଜେଇଙ୍କ ଠାରେ ୧ଜଣ, ଏଆରସିଏସ ରେ ୧ଜଣ, ବ୍ଲକ ଭେଟିନାରି ଅଫିସରଙ୍କଠାରେ ୧ଜଣ, ଏସ.ପି ସୁବର୍ଣ୍ଣପୁରଙ୍କଠାରେ ୩ ଜଣ, ସିଡିପିଓଙ୍କଠାରେ ୧ଜଣ, ଏମ.ଆଇଙ୍କଠାରେ ୧ଜଣ, ପିଡବ୍ଲୁଡି ଏ.ଇ ଙ୍କଠାରେ ୧ଜଣ, ତହସିଲଦାରଙ୍କଠାରେ ଜମି ଜମା ସମ୍ବନ୍ଧିୟ ୧୦ ଜଣ, ଏନ.ଏ.ସି. କାର୍ଯ୍ୟନିର୍ବାହୀଙ୍କ ଠାରେ ୧ ଜଣ, ବିଇଓଙ୍କ ଠାରେ ୧ଜଣ, ଆର୍ଥିକ ସହାୟତାରେ ୪ ଜଣ, କୃଷି ବୀମା ବାବଦରେ ୯ଜଣ, ଷ୍ଟଲ ମରାମତି ୨ ଜଣ, ତରଭା ନାଗରିକ କମିଟି ନୂଆଁପଡା ରାସ୍ତା ଓ ହସ୍ପିଟାଲ ସମ୍ବନ୍ଧିୟ ଅଭିଯୋଗ କରିଥିଲେ । ନୂଆଁପଡା ରାସ୍ତା ୪୫ ଦିନ ମଧ୍ୟରେ କରାଯିବ ବୋଲି ଏ.ଇ. ସମ୍ଭୁନାଥ ମାଝୀ ପ୍ରକାଶ କରିଥିଲେ ।

ଚାରଭଟା ହସ୍ପିଟାଲକୁ ଡାକ୍ତର ଯାଉ ନଥିବାରୁ ଶରତ ପାତ୍ର, ଦୁର୍ବାଦଳ ସାହୁ ଓ ସାଥିଙ୍କ ଅଭିଯୋଗ, ଫଟାମୁଣ୍ଡାର ରାହାସ ଭୁଏଙ୍କ ଝିଅ ଲଭଲି ଭୁଏ(୧୨) ବିଦ୍ୟୁତ ଆଘାତରେ ତାଙ୍କର ଡାହାଣ ହାତ କାଟି ଦିଆଯାଇଥିବା, ଡାହିମାଲ ଗ୍ରାମରୁ ବୁର୍ଡା ଅର୍ଜୁନପୁର ପିଡବ୍ଲୁଡି ରାସ୍ତା ପର୍ଯ୍ୟନ୍ତ ସଂଯୋଗୀକରଣ ସହ ନିକଟସ୍ଥ ନାଳରେ ପୋଲ ନିର୍ମାଣ, ପୁଆ ଗ୍ରାମର ଅଭିମନ୍ୟୁ ନାଏକ ଓ ତାଙ୍କ ମାତା ସନ୍ତୋଷିନୀ ନାଏକ କଥା କହି ଓ ଶୁଣି ନ ପାରୁଥିବାରୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ, ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦର ଉଦିଆନ ଦୀପ ରେଡକ୍ରସ ପାଣ୍ଠିରୁ ୧୦୦୦ ଟଙ୍କା ପ୍ରଦାନ, ଦେଉଲପଦରର ଗ୍ରାମବାସୀ ଗତବର୍ଷ ପେଥେଇରେ ଫସଲ ନଷ୍ଟ ହୋଇଥିବା ପଇସା ପାଇନଥିବା ଅଭିଯୋଗ କରିଥିଲେ ।

ଏଥିରେ ଏସ.ଡି.ଓ. ବଳରାମ ମଲ୍ଲିକ, ବିଡିଓ ନିହାର ରଞ୍ଜନ କହଁର, ଏସ.ଡି.ପି.ଓ. ମିହିର ପଣ୍ଡା, ଆଇ.ଆଇ.ସି. ଡୋଳାମଣୀ ଭୋଇ, ସିଡିପିଓ ସବିତା ଦୋରା, ସିଡିଏମଓ ପ୍ରଦୀପ ଗୁରୁ, ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା, ଅତିରିକ୍ତ ଆର.ଟି.ଓ. ସିବାଶିଷ ସାହୁ, ଅତିରିକ୍ତ ଇଞ୍ଜିନିୟର ଓଏଲଆଇସି ଶିରିଶ ଚନ୍ଦ୍ର ମୁଣ୍ଡ, ଏସ.ଡି.ଓ. ଇଲେକ୍ଟ୍ରିକାଲ ଅନୁକୂଳ ଚନ୍ଦ୍ର ମହାନ୍ତି, ସେକ୍ସନାଲ ଅଫିସର କୁମୁଦ କୁମାର ବେହେରା, ଡିଏଲଓ ଡିଲେଶ୍ୱର ଖାଖା, ଡିଇଓ ପୁଷ୍ପା ମିଞ୍ଜ, ଡିଇଓ କେଶବ ମେହେର, ଏ.ଇ ଆର.ଏଣ୍ଡ ବି ଭକ୍ତବନ୍ଧୁ ପଟ୍ଟନାୟକଙ୍କ ସମେତ ଜିଲା ଓ ବ୍ଲକସ୍ତରୀୟ ସମସ୍ତ ଅଧିକାରୀ ଯୋଗ ଦେଇଥିଲେ ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.