କଳାହାଣ୍ଡି,୨୪/୯ : ଜଣେ ଏଏନଏମ ଛାତ୍ରୀ ପ୍ରତି ହୋଇଥିବା ଗଣ ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ କଳାହାଣ୍ଡି ଏସପି ଓ ଏଡିଏମଙ୍କୁ ଭେଟିଛନ୍ତି ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକର୍ତ୍ତା । ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ବରେ ଏକ ଟିମ ଏସପିଙ୍କୁ ଭେଟି ଏହି ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ନେଇ ଦାବି ଉପସ୍ଥାପିତ କରିଥିଲେ । ଏହାସହ ପିଡିତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବା ସହ ସେହି ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ସେହିପରି ଭାବେ କଳାହାଣ୍ଡି ଏଡିଏମଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ କଳାହାଣ୍ଡି ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକର୍ତ୍ତା ।
ଏଠାରେ ସୂଚନାଯୋଗ୍ୟ ଯେ ଜୁନାଗଡ ଥାନା ଜାରିଂ ଏନଏଚ ୨୬ ନିକଟରେ ଜଣେ ଏଏନଏମ ଛାତ୍ରୀଙ୍କୁ କିଛି ଦୁର୍ବୃତ୍ତ ଟେକିନେଇ ଗଣ ଦୁଷ୍କର୍ମ କରି ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ କରିଥିଲେ । ଏହାକୁ ନେଇ ସାରା ରାଜ୍ୟ ସ୍ଥବ୍ଧ ହୋଇଯାଇଥିଲା । ବିଜୁ ଛାତ୍ର ଜନତା ଦଳ ଏହି ଘଟଣାକୁ ନେଇ ଗଭିର ଉଦବେଗ ପ୍ରକାଶକରି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବି କରିଛି ।