ଜାରିଂ ଗ୍ୟାଙ୍ଗ ରେପ୍ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ଏସପିଙ୍କୁ ଭେଟିଲେ ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକର୍ତ୍ତା

କଳାହାଣ୍ଡି,୨୪/୯ : ଜଣେ ଏଏନଏମ ଛାତ୍ରୀ ପ୍ରତି ହୋଇଥିବା ଗଣ ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ କଳାହାଣ୍ଡି ଏସପି ଓ ଏଡିଏମଙ୍କୁ ଭେଟିଛନ୍ତି ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକର୍ତ୍ତା । ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ବରେ ଏକ ଟିମ ଏସପିଙ୍କୁ ଭେଟି ଏହି ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ନେଇ ଦାବି ଉପସ୍ଥାପିତ କରିଥିଲେ । ଏହାସହ ପିଡିତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବା ସହ ସେହି ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ସେହିପରି ଭାବେ କଳାହାଣ୍ଡି ଏଡିଏମଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ କଳାହାଣ୍ଡି ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକର୍ତ୍ତା ।

ଏଠାରେ ସୂଚନାଯୋଗ୍ୟ ଯେ ଜୁନାଗଡ ଥାନା ଜାରିଂ ଏନଏଚ ୨୬ ନିକଟରେ ଜଣେ ଏଏନଏମ ଛାତ୍ରୀଙ୍କୁ କିଛି ଦୁର୍ବୃତ୍ତ ଟେକିନେଇ ଗଣ ଦୁଷ୍କର୍ମ କରି ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ କରିଥିଲେ । ଏହାକୁ ନେଇ ସାରା ରାଜ୍ୟ ସ୍ଥବ୍ଧ ହୋଇଯାଇଥିଲା । ବିଜୁ ଛାତ୍ର ଜନତା ଦଳ ଏହି ଘଟଣାକୁ ନେଇ ଗଭିର ଉଦବେଗ ପ୍ରକାଶକରି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବି କରିଛି ।

ଗୋଟେ ବି ଖବର ମିସ୍ କରନ୍ତୁନି, ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ୨୪x୭

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.