ରେଳବାଇ ଜାଗାକୁ ଜବରଦଖଲ କରିଥିବା ୪୦ଟି ପରିବାରକୁ ଉଚ୍ଛେଦ

ରାୟଗଡ,୨୪/୯ : ପୂର୍ବତଟ ରେଳବାଇର ନୂତନ ରେଳ ଡିଭିଜନ ରାୟଗଡ । ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଯାଇଥିବା ବେଳେ ରାୟଗଡ ରେଳବାଇ ଷ୍ଟେସନ ଅଂଚଳରେ ଥିବା ରେଳବାଇ ଜାଗାରେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ଗତ ଏକ ମାସ ପୂର୍ବରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସୋମବାର ଦିନ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖର ରେଳବାଇ ଜାଗାରେ ଦୀର୍ଘ ୪୦ବର୍ଷରୁ ଉର୍ଦ୍ଧ ସମୟ ଧରି ରହି ଆସୁଥିବା ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ କରାଯାଇଛି ।

ତେବେ ପୂର୍ବରୁ କୈାଣସି ନୋଟିସ ପ୍ରଦାନ କରାଯାଇ ନ ଥିବା ବେଳେ ହଠାତ ରବିବାର ଦିନ ରେଳ ବିଭାଗ ପକ୍ଷରୁ ଆସନ୍ତା ୨୪ଘଂଟା ମଧ୍ୟରେ ଜାଗା ଖାଲି କରି ଚାଲିଯାଅ ବୋଲି ଏକ ନୋଟିସ ଲଗାଯାଇଥିବା ବେଳେ କୈାଣସି ଥଇଥାନ ବ୍ୟବସ୍ଥା କରା ନ ଯାଇଥିବାରୁ ଅସନ୍ତୋଷ ବ୍ୟକ୍ତି କରିଛନ୍ତି ୪୦ଟି ପରିବାର ।

ଛୋଟ ଛୋଟ ପିଲା, ବୃଦ୍ଧବୃଦ୍ଧା, ରୋଗୀଙ୍କ ସମେତ ଗର୍ଭବତୀ ଓ ପ୍ରସୂତୀ ମହିଳାମାନେ ଏହି ବସ୍ତିରେ ରହୁଥିବା ବେଳେ ଏମାନଙ୍କୁ ନେଇ କେଉଁ ଜାଗାକୁ ଯିବୁ ବୋଲି କାନ୍ଦି କାନ୍ଦି ବସ୍ତିବାସିନ୍ଦାମାନେ କହିଛନ୍ତି ।

ରାୟଗଡ ରେଳବାଇ ବିଭାଗ ଏଡିଇଏନଙ୍କ ସମତେ ଅନ୍ୟ ଅଧୀକାରୀ, ଆରପିଏଫ, ବିଶାଖାପାଟଣାମ ଅତିରିକ୍ତ ଏସ.ପି.କେ.ପି.ଜୈନ୍ସ, ରାୟଗଡ ଆରପିଏଫ ଥାନା ଅଧିକାରୀ ଡି.ଏନ.ତ୍ରିଲୋକ, ଜିଆରପି ଡିଏସପି କୈଳାସ ଚନ୍ଦ୍ର ବୁର୍ଦ୍ଧାଙ୍କ ସମେତ ୧୫୦ଜଣ ସଶସ୍ତ୍ର ଆରପିଏଫ ଯବାନଙ୍କ ସମେତ ରାୟଗଡ ତହସିଲଦାର ତଥା ଏକଜୁଟିଭ ମାଜିଷ୍ଟ୍ରେଟ ଉମାଶଙ୍କର ବେହେରା, ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଅଶୋକ କୁମାର ସାହୁ,

ଏସଡିପିଓ ତପନ ନାରାୟଣ ରଥଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀଙ୍କ ଓ ଯବାନମାନେ ଉପସ୍ଥିତ ରହିଥିବା ବେଳେ ଦୁଇଟି ଜେସିବି ମେସିନ ଲଗାଯାଇ ସମସ୍ତ ଛାଳ, ଛପର, ଟିଣଘରଗୁଡିକକୁ ଭଙ୍ଗା ଯାଇଥିଲା । ତେବେ ଦୁଇଦିନ ପାଇଁ ସ୍ଥାନୀୟ ଆହାର କେନ୍ଦ୍ରରେ ସମସ୍ତ ପରିବାର ପାଇଁ ଖାଇବା ବନ୍ଦୋବସ୍ତ କରାଯାଇଥିବା ତହସିଲଦାର ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ଗୋଟେ ବି ଖବର ମିସ୍ କରନ୍ତୁନି, ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ୨୪x୭

http://bit.ly/OBgroup3

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.