ସତ୍ୟ ନାରାୟଣ ମହାପାତ୍ର ପାଇବେ ରାଜୀବ ଲୋଚନ ସ୍ମାରକୀ ସାମ୍ବାଦିକତା ସମ୍ମାନ  

ଅକ୍ଟୋବର ୩ରେ କର୍ଲାମୁଣ୍ଡା ପ୍ରେସ କ୍ଳବର ବାର୍ଷିକ ଉତ୍ସବ

କଳାହାଣ୍ଡି,୨୪/୯ : କର୍ଲାମୁଣ୍ଡା ପ୍ରେସ କ୍ଳବର ୨୨ ତମ ବାର୍ଷିକ ଉତ୍ସବ ଅକ୍ଟୋବର ୩ ତାରିଖ ଗୁରୁବାର ଦିନ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂହ, ମୁଖ୍ୟ ବକ୍ତା ଭାବରେ ଯୁଗଳ କିଶୋର ମିଶ୍ର ଓ ସମ୍ମାନିତ ଅତିଥି ଭାବରେ ପୁଷ୍ପେନ୍ଦ୍ର ସିଂଦେଓ, ବିଡ଼ିଓ ପ୍ରିୟ ଦର୍ଶିନୀ ମିର୍ଦ୍ଧ, ତହସିଲଦାର ସର୍ବେଶ୍ୱର ଜାଲ ପ୍ରମୂଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷର ମର୍ଯ୍ୟଦା ଜନକ ‘ରାଜୀବ ଲୋଚନ ସ୍ମାରକୀ ସାମ୍ବାଦିକତା ସମ୍ମାନ’ କଳାହାଣ୍ଡି ଜିଲ୍ଲାର ବିଶିଷ୍ଟ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ରଙ୍କୁ ପ୍ରଦାନ କରାଯିବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି କୃଷି, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଛି ବ୍ୟକ୍ତିତ୍ୱଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ।ଏନେଇ ଆଜି ଅନୁଷ୍ଠିତ ବୈଠକରେ ପ୍ରେସ କ୍ଳବ ସଭାପତି ନରୋତ୍ତମ ସେଲମା ପ୍ରକାଶ କରିଛନ୍ତି । ଶ୍ରୀଯୁକ୍ତ ସେଲମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଚଳିତ ବର୍ଷର ଉତ୍ସବକୁ ନିଆରା ଢଙ୍ଗରେ କରିବା ପାଇଁ ନିଷ୍ପତି ନିଆଯାଇଛି। ବୈଠକରେ ସମ୍ପାଦକ ପ୍ରଦୀପ କୁମାର ସାହୁଙ୍କ ସମେତ ଭଜଶ୍ୟାମ ସାହୁ, ସୌମ୍ୟ ରଞ୍ଜନ ତ୍ରିପାଠୀ, ଯୁବରାଜ ସାହୁ, ଜଗଦୀଶ ନାୟକ, ସତ୍ୟବ୍ରତ ବଗର୍ତ୍ତି, ଭାଗବତ ସାହୁ, ସତ୍ୟନାରାୟଣ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

ଗୋଟେ ବି ଖବର ମିସ୍ କରନ୍ତୁନି, ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ୨୪x୭

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.