ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଆସିଲା ଗୁରୁତର ଅଭିଯୋଗ
ନର୍ଲା,୨୫/୯ : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ତୁଲାପଡା ଠାରେ ୧୯୬୮ ମସିହାରେ ପ୍ରିତଷ୍ଠିତ ଦାମୋଦର ଉଚ୍ଚ ବିଦ୍ୟାପୀଠ ଶିକ୍ଷାରେ ଅତୀତରେ ସୁନାମ ଅର୍ଜନ କରିଛି । ଷଷ୍ଠରୁ ଦଶମ ଶ୍ରେଣୀରେ ୬୦୦ରୁ ଉର୍ଦ୍ଧ ପିଲା ପାଠ ପଢୁଛନ୍ତି । ଏହି ବିଦ୍ୟାଳୟରେ ଅତୀତର ବରିଷ୍ଠ ଓ ସୁଦକ୍ଷ ଶିକ୍ଷକଗଣ ଆଜିନହାନ୍ତି ସତହେଲେ ଏହି ମଣିଷତିଆରି କାରକାନାରେ ଗଢିଦେଇ ଯାଇଛନ୍ତି ଅନେକ ଛାତ୍ରଛାତ୍ରୀଙ୍କୁ । ସେହି ବିଦ୍ୟାଳୟର ଅବସ୍ଥା ଆଜି ଲଜ୍ଜାଜନକ । କହିଲେ କୂଳ କୁଟୁମ୍ବକୁ ଲାଜ ନହେଲେ କୂଳଭାସିଯାଉଛି ଭଳି ଏହି ବିଦ୍ୟାଳୟର ଅବସ୍ଥା । ଏଥିପାଇଁ ସଂପୂର୍ଣ୍ଣ ଦାୟୀ ବର୍ତମାନର ପ୍ରଧାନ ଶିକ୍ଷକ ରମାକାନ୍ତ ଦାସ । ନିକଟ ଅତୀତରେ ନର୍ଲା ହାଇସ୍କୁଲରୁ ତଡାଖାଇ ଏହିବିଦ୍ୟାଳୟକୁ ୧ଜୁନ୍ ୨୦୧୫ରେ ସ୍ଥାନାନ୍ତରିତ ହୋଇଥିବା ଏହି ପ୍ରଧାନ ଶିକ୍ଷକ ବିରୁଦ୍ଧରେ ବିଷୋଦ୍ଗାର କରୁଛନ୍ତି ଗ୍ରାମବାସୀ, ଅଭିଭାବକ, ପରିଚାଳନାକମିଟି ସମେତ ଛାତ୍ର-ଛାତ୍ରୀ ।
ପ୍ରିବୋର୍ଡ ପରିକ୍ଷା ଆରମ୍ଭ, ଖୋଳା ଯାଇନି ଭୂଗୋଳ ବହି
ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେବର୍ତମାନ ପ୍ରିବୋର୍ଡ ପରୀକ୍ଷା ଚାଲିଛି ଅଥଚ ଚଳିତ ବର୍ଷର ଭୂଗୋଳ ପାଠ ଏଯାଏଁ ବହି ଖୋଲି ନାହାନ୍ତି ଛାତ୍ରଛାତ୍ରୀ । ଏସଂପର୍କରେ ପ୍ରଧାନଶିକ୍ଷକଙ୍କୁ ଦରଖାସ୍ତ ଲେଖି ଅଭିଯୋଗ କରିଥିବା ଏହି ବିଦ୍ୟାଳୟ ପାଇଁ ଅତ୍ୟନ୍ତ ଲଜ୍ଜାଜନକ ଘଟଣା।ସେହିପରି ଇଂରାଜୀ ବିଷୟର ଅବସ୍ଥା ତଦୃପ । ଉଭୟ ଇଂରାଜୀ ଓ ଭୂଗୋଳ ପାଠପାଇଁ ଶିକ୍ଷକ ନଥିବାବେଳେ ବରିଷ୍ଠ କିରାଣୀ ପଦ ମଧ୍ୟ ଖାଲି ପଡିଛି । ଓଡିଆ ବିଷୟ କାମଚଳା ଚାଲିଛି ବୋଲି ଜଣାପଡିଛି ।
୨୦୧୮ ମ୍ୟାଟ୍ରିକ ପରିକ୍ଷାରେ ଅତି ଖରାପ ଥିଲା ବିଦ୍ୟାଳୟର ରେଜଲ୍ଟ
ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ଜ୍ୱଳନ୍ତ ନମୂନା ଗତ ମ୍ୟାଟ୍ରିକ ପରୀକ୍ଷାର ଫଳାଫଳ । ଏହା କ’ଣ ଉଚ୍ଚ କର୍ତୃପକ୍ଷଙ୍କୁ ଦେଖାଯାଉନିକି ଏହାକୁ ଜାଣିଶୁଣି ଚପେଇ ଦେବାର ଉଦ୍ୟମ କରୁଛନ୍ତି ତାହା ଜିଲା ଶିକ୍ଷାଧିକାରୀ କହିପାରିବେ । ଗତବର୍ଷ ପରୀକ୍ଷାରେ ୧୩୦ଜଣନଛାତ୍ର-ଛାତ୍ରୀ ପରୀକ୍ଷା ଦେଇଥିଲେ ତନ୍ମଧ୍ୟରୁ ୪୦ଜଣ ପାସ କରିଥିବାବେଳେ ୯୦ଜଣ ଅକୃତକାର୍ଯ୍ୟ ହୋଇଥିଲେ । ଲଜ୍ଜାକର ବିଷୟଯେ, ଏଗ୍ରେଡ କେହିବି ହାସଲ କରିନଥିବା ବେଳେ ବି ଗ୍ରେଡମାତ୍ର୪ଜଣ ଓ ଅନ୍ୟ ସବୁ ସି,ଡି,ଇ ପର୍ଯ୍ୟାୟ କ୍ରମେ ପାଇଥିବା ଅଂଚଳବାସୀଙ୍କ ପାଇଁ ଏକ ଉଦବେଗ ଜନକ ପରିସ୍ଥିତି ସୃଷ୍ଟି କରିଛି ।
ବିଦ୍ୟାଳୟ ପ୍ରତି ଉଦାସିନ ରହୁଛନ୍ତି ପ୍ରଧାନଶିକ୍ଷକ !
ବିଦ୍ୟାଳୟ ବିକାଶ କାମରେ ପ୍ରଧାନଶିକ୍ଷକ ମୁଣ୍ଡ ପୁରାଉ ନଥିବାବେଳେ ପାଠପଢା କଥା ନକହିବା ଭଲ । ଏପରିକି ଛାତ୍ରଛାତ୍ରୀଙ୍କ ଠାରୁ ଏସଂକ୍ରାନ୍ତରେ ଫି’ ଆଦାୟ କରାଯାଉଛି ହେଲେ ରସିଦ ଦିଆଯାଉ ନଥିବା ଭଳି ଗୁରୁତର ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଯାହା ଅନୁସନ୍ଧାନ ସାପେକ୍ଷ । ଅଭିଭାବକଙ୍କ ଅଭିଯୋଗ ସତ୍ୱେ ପ୍ରଧାନଶିକ୍ଷକ ଶ୍ରୀଦାସଙ୍କ ଖାମଖିଆଲ ମନୋବୃତି ତଥା ବେପରୁଆ ପରିଚାଳନା କାରଣରୁ ବିଦ୍ୟାଳୟରେ ପାଠପଢା ସମେତ ପ୍ରଶାସନିକ ବ୍ୟବସ୍ଥା ସଂପୂର୍ଣ୍ଣ ଢିଲା ହୋଇଯାଇଥିବା ଅଭିଭାବକମାନେ ସାମୂହିକ ଭାବେ ଖୋଲାଖୋଲି ଅଭିଯୋଗ କରିଛନ୍ତି । ବହୁ ସମୟରେ କେତେକ ଶିକ୍ଷକ ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟକୁ ଆସୁନଥିବା ଅଭିଯୋଗ ଉଠିଛି ।
ଦାମୋଦର ଉଚ୍ଚ ବିଦ୍ୟାପୀଠର ସମସ୍ୟା ସମନ୍ଧରେ ଜାଣି ନାହାନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ !
ଉପରକୁ ଚକ୍ ଚକ୍ ଦିଶୁଥିବା ବିଦ୍ୟାଳୟ ଭିତରେ ନଗ୍ନ ହୋଇସାରିଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । କେତେ ଆଶା ଓ ବିଶ୍ୱାସ ନେଇ ଛାତ୍ରଛାତ୍ରୀମାନେ ଭବିଷ୍ୟତ ଗଢିବାକୁ ଆସିଥିବା ବେଳେ ତଥା ସରକାରଙ୍କ ମାସକୁ ଲକ୍ଷାଧିକ ଅର୍ଥରାଶି ଶିକ୍ଷକଙ୍କ ବେତନରେ ଖର୍ଚ୍ଚ ହେଉଥିବାବେଳେ ଅନ୍ଧାରରେ ଭବିଷ୍ୟତ ଗଢୁଛନ୍ତି ପିଲାମାନେ । ତେବେ ଏସଂକ୍ରାନ୍ତରେ ଜିଲା ଶିକ୍ଷା ଅଧିକାରୀ ସଂଜୀବ କୁମାର ସିଂଙ୍କ ମତାମତ ନେବାରୁସେ ଏବିଷୟରେ ଜାଣିନଥିବା ପ୍ରକାଶ କରିଛନ୍ତି । ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ଭଳି ଘଟଣାକୁ ଜିଲା ଶିକ୍ଷାଧିକାରୀ ନଜାଣିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ଘଟଣା ଜଣିଲାପରେ ମୁଁ ନର୍ଲା ବ୍ଲକ ଶିକ୍ଷାଧିକାରୀଙ୍କୁ ରିପୋର୍ଟ ମାଗି ଘଟଣାର ତଦନ୍ତ କରିବି ବୋଲି ଜିଲା ଶିକ୍ଷାଧିକାରୀ ଶ୍ରୀ ସିଂ ପ୍ରକାଶ କରିଥିଲେ ।
ପ୍ରଧାନ ଶିକ୍ଷକଙ୍କ ବଦଳି ସହ ବିଦ୍ୟାଳୟର ସବୁ ପଦ ପୁରଣ କରିବାକୁ ଉଠିଲା ଦାବି
ପରିଚାଳନା କମିଟି ତଥା ଅଭିଭାବକଙ୍କ ଦାବୀ ତୁରନ୍ତ ପ୍ରଧାନଶିକ୍ଷକଙ୍କୁ ଏଠାରୁ ବିଦା କରିବା ସହିତ ନୂତନ ପ୍ରଧାନଶିକ୍ଷକ ଓ ଖାଲି ଥିବା ଅନ୍ୟାନ୍ୟ ଶିକ୍ଷକ ପଦବୀ ପୂରଣ କରାଯାଉ । ଖୁବ କମ ଦିନରେ ଅଭିଭାବକ ଜିଲାଶିକ୍ଷାଧିକାରୀଙ୍କୁ ସାକ୍ଷାତ କରିବାସହ ବିଦ୍ୟାଳୟରେ ତାଲା ପକେଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ପରିଚାଳନା କମିଟି ଅଭିଭାବକମାନେ ପ୍ରକାଶ କରିଛନ୍ତି ।