ଶୁଭେନ ପଟ୍ଟନାୟକ ସଭାପତି, ମାନସ ମୁନୀ ସମ୍ପାଦକ
କଳାହାଣ୍ଡି,୨୫/୯ (ନବୀନ କିଶୋର ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ସାଇ ରେସିଡେନ୍ସି ସମ୍ମିଳନୀ କକ୍ଷରେ ମ.ରାମପୁର ବ୍ଲକ ସାମ୍ବାଦିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଟ ସାମ୍ବାଦିକ ବର୍ଜୁନ ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ନୂତନ କମିଟି ଗଠନ ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା ।
ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଶୁଭେନ ପଟ୍ଟନାୟକ, ସମ୍ପାଦକ ମାନସ କୁମାର ମୁନୀ, ଉପସଭାପତି ବର୍ଜୁନ ରଣା ଓ କାର୍ଯ୍ୟକାରୀ ସଭାପତି ଭାବେ ଅନନ୍ତ କୁମାର ପାଲଙ୍କୁ ମନୋନୀତ କରାଯାଇଛି । ଆଗାମି ଦିନରେ ଅଞ୍ଚଳର ବିକାଶ ଦିଗରେ ସାମ୍ବାଦିକ ମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୁମିକା ରହିବ ବୋଲି ସାମ୍ବାଦିକ ସଂଘ ସୂତ୍ରରୁ ମତ ପ୍ରକାଶ ପାଇଛି ।