କଳାହାଣ୍ଡି,୨୬/୯(ନବୀନ କିଶୋର ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମସ୍କାଦାଣ୍ଡି ବାପୁଜି ସାଂସ୍କୃତିକ ଅନୁଷ୍ଟାନ ଓ ନେହେରୁ ଯୁବକ ସଂଘ ମିଳିତ ଆନୁକୁଲ୍ୟରେ ହିନ୍ଦି ଦିବସ ପାଳିତ ହୋଇ ଯାଇଛି। ଏ ଅବସରରେ ମୁଖ୍ୟ ଅତିଥି ଭାବେ ହରଗୌରି ମହାବିଦ୍ୟାଳୟ କୁଶୁର୍ଲାର ଇଂରାଜୀ ଅଧ୍ୟାପକ ଶ୍ରିଯୁକ୍ତ ଗଗନ ବିହାରି ମହାପାତ୍ର, ମୁଖ୍ୟ ବକ୍ତା ଲାଞ୍ଜିଗଡ଼ର ଶିକ୍ଷକ ଲଳିତ ମୋହନ ଭୋଇ,
ସମ୍ମାନିତ ଅତିଥି ଭାବେ ଚିରଞ୍ଜିବି ଭୋଇ,ଏନୱାଇକେ ଭଲେଣ୍ଟର ଅମିତ କୁମାର ସାହୁ, ମୁକେଶ ବାରିକ ଯୋଗ ଦେଇ ଆମ ରାଷ୍ଟ୍ର ଭାଷା ହିନ୍ଦି ହୋଇଥିବାରୁ ମୁଖ୍ୟତଃ କିପରି ହିନ୍ଦି ଭାଷାକୁ ବଞ୍ଚାଇ ରଖିପାରିବା ସେ ଉପରେ ମତ ବ୍ୟକ୍ତ କରିଥିଲେ। ପରେ ହିନ୍ଦି ଭାଷାକୁ ନେଇ ବକୃକ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି। ଏଥିରେ ବାପୁଜୀ ସାଂସ୍କୃତିକ ଅନୁଷ୍ଠାନର ସ୍ବେଛ୍ଛାସେବି ମାନେ ସହଯୋଗ କରିଥିଲେ। ସୂଚନା ଯୋଗ୍ୟଯେ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ୧୪ ସେପ୍ଟମ୍ବରରୁ ୨୮ ସେପ୍ଟମ୍ବର ପର୍ଯ୍ୟନ୍ତ ହିନ୍ଦି ଦିବସ/ସପ୍ତାହ ପାଳନ କରାଯାଉଛି ।