ଲାଞ୍ଜିଗଡ-ମୁନିଗୁଡା ମୁଖ୍ୟ ରାସ୍ତା ଉପରେ ବିରାଟ ଗର୍ତ୍ତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଲାଞ୍ଜିଗଡ,୨୬/୯ : ଲାଞ୍ଜିଗଡ ଠାରୁ ମୁନିଗୁଡା ଯାଉଥିବା ମୁଖ୍ୟ ରାସ୍ତାର ବେଦାନ୍ତ ଆଲୁମିନା କମ୍ପାନୀର ମୁଖ୍ୟ ଫାଟକ ପାଖରେ ପିଚୁ ଫାଟି ଏକ ୧୦ଫୁଟର ଖାଲ ହୋଇଯାଇଛି । ଏହା ମରଣକୁ ଆମନ୍ତ୍ରଣ କରୁଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ଏକ ଗାଡିର ଯାତ୍ରୀ । ସୂଚନା ମୁତାବକ ଲାଞ୍ଜିଗଡରୁ ମୁନିଗୁଡାକୁ ଯାତ୍ରୀ ମାନଙ୍କୁ ନେଇ ଏକ ସବାରୀ ଗାଡି ଯାଉଥିବା ସମୟରେ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଯାତ୍ରୀମାନେ ସାମ୍ଭାବ୍ୟ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛନ୍ତି ।

ପୂର୍ବରୁ ଏହି ରାସ୍ତାର ସେହି ସ୍ଥାନରେ ଏକ କଲଭର୍ଟ ଥିଲା, ଯାହା ଫଳରେ କଲଭର୍ଟ ଭିତରେ ହୁମ ପାଇପର ଚାରି ପାଖରେ ପାଣି ଝରି ଧୋଇ ହୋଇ ଭିତରେ ଏକ ବିରାଟ  ଖାଲ ହୋଇଥିଲା। ସେହି ସ୍ଥାନରେ ରାସ୍ତା ଉପରେ ଶହ ଶହ ଗାଡି ଚଳାଚଳ ଯୋଗୁଁ ଉପରେ ଥିବା ପିଚୁ ଖସି ପଡ଼ିଥିଲା।ଏହି ରାସ୍ତା ରାୟଗଡା ଜିଲ୍ଲା ମୁନିଗୁଡାକୁ ସଂଯୋଗ କରୁଥିବା ବେଳେ ଲାଞ୍ଜିଗଡ ବ୍ଲକର ପ୍ରାୟ ୨୦ରୁ ଉର୍ଦ୍ଧ ଗାଁର ଲୋକେ ଯାତାୟତ କରୁଥିବା ଯୋଗୁଁ ପ୍ରସାଶନ ଏହି ରାସ୍ତା ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.