ତୁମେ କିଛି କୁହ କି ନ କୁହ
ସସ୍ମିତା ମହାପାତ୍ର
ମୁଁ ତ ଏବେ ମଗ୍ନ ଅଛି
ମୋ ଭିତରେ
ସୁଖର ନାନାବାୟା ଗୀତ ଗାଇ
ଚିତ୍ରମୟ ସଂସାରରେ
ସମୟର ଚାରିକାନ୍ଥ ଭିତରେ..
ନା ଆକାଶକୁ ଛୁଇଁବାର ଲୋଭ
ନା ପାଦତଳୁ
ମାଟି ଖସିବାର ଭୟ
ନା ପାଇବାର ମୋହ
ନା ହରେଇବାର ଦୁଃଖ
ମତେ ବ୍ୟତିବ୍ୟସ୍ତ କରେ…।
ଅନୁରାଗର ସୁକ୍ଷ୍ମ କାହାଣୀ ଟିଏ
ଅହରହ ଝରୁଥାଏ
ମୋ ଶିରା ପ୍ରଶିରାରେ..
କିଛି ଖୋଜିବାର ସ୍ଵପ୍ନ
ବାରବାର ଆନମନା କରେ
ମୋର କିନ୍ତୁ ଏବେ
ଅକ୍ତିଆର ନାହିଁ
ମୁଁ ଭୋଗୁଥିବା ଆୟୁଷ ଉପରେ.. ।
ନିଜକୁ ଖୋଜୁଛି ଏଠି
କିଛି ନିଜସ୍ୱ ସର୍ତରେ
ତୁମେ ଦେଇଥିବା
ଭାବ ଓ ଆବେଗ
କିଛି ସମ୍ଭାବନାର
ଅଲିଖିତ ଇତିହାସ
ନା କେବେ ମୋର ଦରକାର
ନା ହେବ ମୋର
ବଞ୍ଚିବାର ଉପଲକ୍ଷ…।
ଧୂଷର ପୃଥିବୀ ଆଉ
ଅବଶୋଶର ଚୂନା ଚୂନା
ଦୁଃଖ ମାନଙ୍କୁ ବାଦ ଦେଇ
ମୁଁ ତ ଖୁସି ଅଛି
ମୋ ଲୁହ ଟୋପେରେ…।
ନିଜକୁ ଖୋଜୁଛି ଆଜି
ମୋ ସ୍ଵପ୍ନର ସହରରେ
କେଉଁଠି ଅଛି ମୁଁ…
ମୋ ନିଜ ଭିତରେ ନା’
ଆଉ କାହା ହୃଦୟଭିତରେ…।
ବଲାଙ୍ଗୀର