ପର୍ଯ୍ୟଟନ ଏବଂ ନିଯୁକ୍ତି ସମସ୍ତଙ୍କ ନିମନ୍ତେ ଉନ୍ନତର ଭବିଷ୍ୟତ

ଜିଲ୍ଳାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ରାୟଗଡ,୨୮/୯: ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହେଉଥିବା ବେଳେ ଏହି ପରିପ୍ରେକ୍ଷୀରେ ରାୟଗଡ ଜିଲ୍ଳା ପ୍ରଶାସନ ଓ ଜିଲ୍ଳା ପର୍ଯ୍ୟଟନ ବିଭାଗ କାର୍ଯ୍ୟାଳୟ ତରଫରୁ ମଧ୍ୟ ଜିଲ୍ଳାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି । ରାୟଗଡ ସହରସ୍ଥିତ ଗଜପତି ଛକ ଠାରୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମିତ ପ୍ରେମ ପାହାଡ ଦେଇ ରେଳବାଇ ଷ୍ଟେସନ ପର୍ଯ୍ୟନ୍ତ ଏକ ବିଶାଳ ସଚେତନ ଶୋଭାଯାତ୍ରା ବାହାର କରାଯାଇଥିଲା ।

ରାୟଗଡ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଏହି ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ରାୟଗଡ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଳା ସଂସ୍କୃତି ପରିଷଦର ସଂଯୋଜିକା ଶ୍ରୀମତି ରୀତାରାଣୀ ମିଶ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଚଳିତ ବର୍ଷ “ପର୍ଯ୍ୟଟନ ଏବଂ ନିଯୁକ୍ତି ସମସ୍ତଙ୍କ ନିମନ୍ତେ ଉନ୍ନତର ଭବିଷ୍ୟତ” ବିଷୟବସ୍ତୁ ନେଇ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ପର୍ଯ୍ୟଟନ କ୍ଷେତ୍ରରେ ବେରୋଜଗାର ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି କରାଯାଇ ପର୍ଯ୍ୟଟନ ବିକାଶ କରିବା ସହ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହେବା ଲକ୍ଷ୍ୟ ରଖାଯାଇଛି ।

ସାରା ଭାରତରେ ଅଧିକରୁ ଅଧିକ ବିଦେଶୀ ପର୍ଯ୍ୟଟକମାନେ ଆସୁଥିବା ବେଳେ ରାୟଗଡ ଜିଲ୍ଳାର ଚାଟିକଣା ପର୍ଯ୍ୟଟନସ୍ଥଳୀକୁ ୭୮୦ଜଣ ଓ ରାୟଗଡ ସହରକୁ ୧୭୮୪ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବା ଭାରପ୍ରାପ୍ତ ଜିଲ୍ଳା ପର୍ଯ୍ୟଟନ ଅଧିକାରୀ ସୁରେନ୍ଦ୍ର କୁମାର ଲିମା ଫୋନ ଯୋଗେ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଜିଲ୍ଳା କ୍ରୀଡା ଅଧିକାରୀ ଶେଖ ଅଲିନୁର ପରିଚାଳନା କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.