ସୋନପୁର,୨୮/୯ : ପ୍ରଧାନମନ୍ତ୍ରୀଙ୍କ ସ୍ବଚ୍ଛ ଭାରତ ଆହ୍ବାନ ପରିପ୍ରେକ୍ଷୀରେ ସମଗ୍ର ଦେଶର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଗତ ସେପ୍ଟେମ୍ବର ୧ ତାରିଖଠାରୁ ୧୫ ତାରିଖ ପର୍ଯ୍ଯନ୍ତ ସ୍ବଚ୍ଛତା ପକ୍ଷ ପାଳିତ ହୋଇ ଯାଇଛି । ଏହି କାର୍ଯ୍ଯକ୍ରମ ଅବସରରେ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରକ୍ରିୟାରେ ସଫଳ ଭାବରେ ସଂପୃକ୍ତ ଛାତ୍ରୀ ଛାତ୍ର ମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ପ୍ରତିଯୋଗୀତା ୨୮ସେପ୍ଟେମ୍ବର ଦିନ ମହାରାଜା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବର୍ଗରେ ଛାତ୍ରଛାତ୍ରୀ ମାନେ ପ୍ରବନ୍ଧ ଲିଖନ, ବିତର୍କ, ବାର୍ତ୍ତା ଲିଖନ, ସ୍ବଚ୍ଛତା ପ୍ରଦର୍ଶନୀ, ଚିତ୍ରାଙ୍କନ, ଗୀତ ଓ କୂଟପ୍ରଶ୍ନ ଆଦି ପ୍ରମୂଖ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ ।ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମନାଭ କର୍ଣ୍ଣଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ରୁପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଘନଶ୍ଯାମ ମେହେର ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୋନପୁର ମହାବିଦ୍ଯାଳୟର ସଂସ୍କୃତ ବିଭାଗ ଅଧ୍ଯାପକ ଭାବଗ୍ରାହି ମହାପାତ୍ର ସ୍ବଚ୍ଛତାହିଁ ଦିବ୍ୟତାର ତାତ୍ପର୍ଯ୍ୟ ଆଲୋଚନା କରିଥିଲେ । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ଭୋଇଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମକୁ ସମସ୍ତ ସିଆରସିସି ମାନେ ପରିଚାଳନା କରିଥିଲେ ।