୭୨ଦିନର ପ୍ରାପ୍ୟ ପାଇ ନାହାନ୍ତି ୭୦ଜଣ ଋତୁକାଳନୀ କେନ୍ଦୁପତ୍ର ଶ୍ରମିକ

ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ହେଲେ ଫେରାଦ

ରାୟଗଡ,୨୮/୯: ଜୟପୁର କେନ୍ଦୁପତ୍ର ଖଣ୍ଡିୟ ବନାଧିକାରୀଙ୍କ ବିଷମକଟକ ବନାଂଚଳ ଅଧୀନରେ କାର୍ଯ୍ୟରତ ୭୦ଜଣ ଋତୁକାଳନୀ କେନ୍ଦୁପତ୍ର ଶ୍ରମିକମାନେ ଦୀର୍ଘ ୬ମାସ ହେବ ନିଜ ପାରିଶ୍ରମିକ ପ୍ରାପ୍ୟ ପାଇ ନ ଥିବାରୁ ଶନିବାର ଦିନ ରାୟଗଡ ଠାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ସାର୍କିଟ ହାଉସରେ ଭେଟି ନିଜ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ରାୟଗଡ ଜିଲ୍ଳା ବିଷମକଟକ ବନାଚଂଳର ମୁନିଗୁଡା, ଅମ୍ବାଦଳା, ବିଷମକଟକ,ଥେରୁବାଲି, ଶିକରପାଇ,ମାଝିଗୁଡା ଆଦି ୬ଟି ସେକ୍ସନରେ ପାଖାପାଖି ୭୦ଜଣ ଋତୁକାଳନୀ କେନ୍ଦୁପତ୍ର ଶ୍ରମିକ ବର୍ଷକର ୩ମାସ ଅର୍ଥାତ ୯୦ଦିନ ଧରି କାମ କରିଥିଲେ । ତେବେ ଗତ ୭ମାସ ତଳେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ କାର୍ଯ୍ୟ ଶେଷ ହୋଇ ୬ମାସ ବିତିଯାଇଥିଲେ ମଧ୍ୟ ମାତ୍ର ୧୮ଦିନର ମଜୁରୀ ପ୍ରାପ୍ୟ ପ୍ରଦାନ କରାଯାଇଥିବା ଆଜି ପର୍ଯ୍ୟନ୍ତ ଆଉ ୭୨ଦିନର ପ୍ରାପ୍ୟ ପ୍ରଦାନ କରାଯାଉନାହିଁ । ପ୍ରତ୍ୟେକ ବର୍ଷ ରଥଯାତ୍ରା ତଥା ବାହୁଡା ଯାତ୍ରା ମଧ୍ୟରେ ସେମାନଙ୍କୁ ପ୍ରାପ୍ୟ ପ୍ରଦାନ କରାଯାଉଥିଲା । ଫଳରେ ସେମାନେ ମିଳିଥିବା ପ୍ରାପ୍ୟକୁ ଚାଷକାମରେ ବିନିଯୋଗ କରି ନିଜ ପରିବାରର ଭରଣ ପୋଷଣ କରିବାରେ ସହାୟକ ହୋଇପାରୁଥିଲା । କିନ୍ତୁ ବିଡମ୍ବନାର ବିଷୟ ଆଜକୁ ୬ମାସ ବିତିଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କ ଉଦାସୀନତା ଯୋଗୁଁ କେନ୍ଦ୍ରୁପତ୍ର ଶ୍ରମିକମାନେ ନିଜର ପ୍ରାପ୍ୟ ପାଇ ପାରୁନାହାନ୍ତି ବୋଲି ଉଲ୍ଳେଖ ରହିଛି । ତେବେ ଦାବିପତ୍ର ପାଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ପ୍ରାପ୍ୟ ମିଳିବା ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ସାରକା ପ୍ରତିଶୃତି ଦେଇଥିବା ନେଇ କେନ୍ଦୁପତ୍ର ଶ୍ରମିକ ସାଇବୁ ତିମାକା,ଦଳବନ୍ଧୁ ହିକକା,ବି.ଚିନ୍ତୋଇ,ଗୋବିନା ଉର୍ଲାକା,ଅଭିରାମ ହିକକାଙ୍କ ସମେତ ଅନ୍ୟମାନେ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

ରାୟଗଡରୁ ଶିବନାରାୟଣ ଗୌଡ଼ଙ୍କ ରିପୋର୍ଟ odiabarta.in


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

Pearl dental clinic
Near Ashish Medical Store, Bhawanipatna

http://bit.ly/OBgroup3

Udyog Nursery
Udyogi Nursery

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.