ସୋନପୁର,୨୮/୯ : ଗତ କିଛିଦିନ ଧରି ସମଗ୍ର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ଜୀବନଯାତ୍ରା ବ୍ୟାହତ ହୋଇଥିଲାବେଳେ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇ ରହିଥିଲା । ତେବେ ଆଗକୁ ପାର୍ବଣ ଋତୁ ଆସୁଥିବାରୁୂ ଲୋକେ ପୁଣି ନିଜକୁ ପାର୍ବଣ ପାଇଁ ପ୍ରସ୍ତୁତ କରୁଥିଲେ କିନ୍ତୁ ଶନିବାର ଠାରୁ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ଉତ୍ତର-ପୂର୍ବ ଭାରତ ଓ ବାଲାଂଦେଶରେ ୨୮ ତାରିଖରୁ ପ୍ରବଳ ବର୍ଷା ହୋଇପାରେ ବୋଲି ବେସରକାରୀ ପାଣିପାଗ ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ କରିଛି । ଏହି ସଂସ୍ଥା କହିଛି ଯେ, ଆଗାମୀ ଦିନରେ ବର୍ଷା ଛାଡିବାର ସମ୍ଭାବନା ଯଥେଷ୍ଟ କମ୍ ରହିଛ ବୋଲି ଶୁଣିବାକୁ ମିଳୁଛି । ଅନ୍ୟପକ୍ଷରେ ଅକ୍ଟୋବର ୨ୟ ସପ୍ତାହ ପର୍ଯ୍ୟନ୍ତ ମୌସୁମୀ ରାଜ୍ୟରେ ସକ୍ରିୟ ରହିବ ବୋଲି ସରକାରୀଭାବେ କୁହାଯାଇଛି । କେବଳ ବଙ୍ଗୋପସାଗର ନୁହେଁ, ଆରବ ସାଗରରେ ମଧ୍ୟ ସୃଷ୍ଟି ହୋଇଥିବା ‘ହିକା’ ବାତ୍ୟାର ପ୍ରଭାବରେ ପଶ୍ଚିମ ଭାରତରେ ବର୍ଷା ଜାରି ରହିବ ବେଲି । ସୁଣା ଯାଉଛି ।
ଅକ୍ଟୋବର ପ୍ରଥମ ସପ୍ତାହରେ ସମଗ୍ର ଦେଶରେ ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପାର୍ବଣ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତି ଜୋରଦାର ଚାଲିଛି । ଠିକ୍ ସେହିପରି ସୋନପୁର ଜିଲ୍ଲାରେ ବି ପ୍ରସ୍ତୁତି ଯୋର ସୋରରେ ଚାଲିଛି । ବିଶେଷକରି ତୋରଣ ଓ ଦେବୀଦୂର୍ଗାଙ୍କ ମୂର୍ତ୍ତି ତିଆରି ଦୃୁତ ଗତିରେ ଚାଲୁ ରହିଛି । ଏଥିସହିତ ତୋରଣ ସାଙ୍ଗକୁ ଆଲୋକସଜ୍ଜା ପାଇଁ ବିଭିନ୍ନ ପୂଜାମଣ୍ଡପମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥାଆନ୍ତି । ପାର୍ବଣରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ଭଲ ବ୍ୟବସାୟର ଆଶା ରଖିଥାନ୍ତି । ବର୍ଷାହେଲେ ବ୍ୟବସାୟୀମାନଙ୍କ କାରବାର ଯଥେଷ୍ଟ କମିଯିବ ବୋଲି ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ ସାଜସଜ୍ଜାରେ ବାଧା ସୃଷ୍ଟିହେଲେ ଶିଳ୍ପୀମାନେ ବିଶେଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଏସବୁକୁ ନେଇ ପାର୍ବଣ ଋତୁ ପ୍ରଭାବିତ ହେବବୋଲି ଆଶଙ୍କା କରାଯାଉଛି ।