ସୋନପୁର : ସୋନପୁର ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ହୋଇଯାଇଛି । ଏ ନେଇ ଏକ ସଚେତନ ଶୋଭାଯାତ୍ରା ଗାନ୍ଧି ପଡିଆରୁ ବାହାରୀ ସୁରୋଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ଏହି ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ପତାକା ଦେଖାଇ ଶୁଭାରମ୍ଭ କରୀଥିଲେ । ଏଥିରେ ଜିଲ୍ଲା ସଂସ୍କୃତି ଅଧିକାରୀ ଆର୍ତତ୍ରାଣ ଥାଟି, ଡିଆଇପିଆରଓ ହରି ଚରଣ ମିଶ୍ର, ସ୍ୱଚ୍ଛ ଭାରତର ସଭାପତି ଲକ୍ଷ୍ମୀ ନାରାୟଣ ମେହେର, ଡ. ସୁନିଲ କୁମାର ଉତର ସିଂହ ମହାପାତ୍ର, ଗରିବ ଲୋଇ, ମନରଜଂନ ତ୍ରିପାଠି, ମନୋଜ ପଣ୍ଡା, ସଞ୍ଜୟ ସାହୁ,ଇନ୍ଦୁମତି ପୁରୋହିତ, ଲଡୁକିଶୋର ମଲ୍ଲିକ ପ୍ରମୁଖ ସାମିଲ ଥିଲେ ।





