ଯୁବ ବିକାଶ ପରିଷଦ ପକ୍ଷରୁ ରାୟଗଡ ଷ୍ଟେସନ ପରିସରରେ ୧୨ଘଣ୍ଟିଆ ଅନଶନ

ଜୁନାଗଡ-ଭୁବନେଶ୍ୱର ଏକ୍ସପ୍ରେସ ଗତିପଥ ପରିବର୍ତନ ନେଇ ଧମେନ୍ଦ୍ରଙ୍କ ଚିଠି ପ୍ରସଙ୍ଗ

ଟ୍ରେନର ଗତିପଥ ବଦଳିଲେ ଆନ୍ଦୋଳନ ତୀବ୍ର ହେବ ଯୁବ ବିକାଶ ପରିଷଦ

ରାୟଗଡ,୨୯/୯ : ରାୟଗଡ ଜିଲ୍ଳା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଳା ହୋଇଥିବା ବେଳେ ଏଠାର ଜନସାଧାରଣଙ୍କ ଦାବି ଓ ସୁବିଧାକୁ ଗୁରୁତ୍ୱ ଦେଇ ରେଳ ବିଭାଗ ପକ୍ଷରୁ ଦୀର୍ଘ ବର୍ଷ ତଳେ ଜୁନାଗଡ-ଭୁବନେଶ୍ୱର ଲିଙ୍କ ହୀରାଖଣ୍ଡ ଏକ୍ସପ୍ରେସ ଭାୟା ରାୟଗଡ, ବିଜୟନଗରମ, ଖୋର୍ଦ୍ଧା, ଭୁବନେଶ୍ୱର ଦେଇ ଚଳାଚଳ କରାଯାଇଥିଲା । ତେବେ ଦକ୍ଷିଣ ଓ ପଶ୍ଚିମ ଓଡିଶାକୁ ସିଧାସଳଖ ରାଜଧାନୀ ଭୁବନେଶ୍ୱର ସହ ସଂଯୋଗ କରୁଥିବା ଏହି ଟ୍ରେନଟିର ଗତିପଥ ବଦଳାଇ ଏହାକୁ ଭାୟା ଟିଟିଲାଗଡ, ସମ୍ବଲପୁର, ଅନୁଗୋଳ, କଟକ, ଭୁବନେଶ୍ୱର ଦେଇ ଚଳାଚଳ କରିବା ପାଇଁ ଗ୍ୟାସ ଓ ପେଟ୍ରୋଲିୟମ ବିଭାଗ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ କିଛି ଦିନ ତଳେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖିଥିଲେ । ଦକ୍ଷିଣ ଓ ପଶ୍ଚିମ ଓଡିଶା ପାଇଁ ଲାଇଫ ଲାଇନ କୁହାଯାଉଥିବା ଏହି ଟ୍ରେନଟିର ଗତିପଥ ପରିବର୍ତନ ହେଲେ ଲକ୍ଷାଧିକ ରେଳଯାତ୍ରୀ ପ୍ରଭାବିତ ହେବେ ଏବଂ ପୂର୍ବରୁ ଯେଉଁ ସମସ୍ୟା ଟ୍ରେନକୁ ନେଇ ଲାଗି ରହିଥିଲା ତାହା ପୂର୍ବପରି ଫେରିଆସିବ ବୋଲି ଅନୁମାନ କରାଯାଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଚିଠି ପ୍ରସଙ୍ଗକୁ ରାୟଗଡ ଜିଲ୍ଳା ଯୁବ ବିକାଶ ପରିଷଦ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ରବିବାର ସକାଳ ୭ଘଂଟାରୁ ସଂଧ୍ୟା ୭ଘଂଟା ପର୍ଯ୍ୟନ୍ତ ୧୨ଘଂଟିଆ ନିରାହାର ଅନଶନ କରାଯାଇଛି ରାୟଗଡ ରେଳବାଇ ଷ୍ଟେସନ ପରିସରରେ କରାଯାଇଛି । ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାସଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟଙ୍କ ସମେତ ରାୟଗଡ ପ୍ରେସ ୟୁନିୟନ, ଜିଲ୍ଳା ବରିଷ୍ଠ ନାଗରିକ କଲ୍ୟାଣ ସଂଘ, ଜିଲ୍ଳା ଭିନ୍ନକ୍ଷମ ମହାସଂଘଙ୍କ ସମେତ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂଗଠନର ବହୁ ସଦସ୍ୟମାନେ ଏହି ଅନଶନରେ ଅଂଶଗ୍ରହଣ କରି ଏହାର ପ୍ରତିବାଦ କରିଥିଲେ । ଯଦି ଜୁନାଗଡ-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସର ଗତିପଥ ପରିବର୍ତନ କରାଯାଏ ତାହାହେଲେ ଆଗାମୀ ଦିନରେ ରାୟଗଡ ଷ୍ଟେସନ ଦେଇ କୈାଣସି ମାଲବାହୀ ଟ୍ରେନକୁ ପୂରାଇ ଦିଆଯିବ ନାହିଁ ଯୁବ ବିକାଶ ପରିଷଦର ସଭାପତି ଶ୍ରୀ ଦାସ ଚେତାବନୀ ଦେଇଥିବା ବେଳେ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାବାସୀଙ୍କ ମଧ୍ୟରେ ଏକ ବିବାଦୀୟ ଘଟଣାକୁ ଜନ୍ମ ଦିଆଯାଉଛି । ଯଦି ପଶ୍ଚିମ ଓଡିଶାବାସୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏତେ ଚିନ୍ତିତ ଏବଂ ଦକ୍ଷିଣ ଓଡିଶାବାସୀଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିବାକୁ ଚାହୁଁଛନ୍ତି ତାହାହେଲେ ଭବାନୀପାଟଣା, କେସିଙ୍ଗା, ଟିଟିଲାଗଡ ନ ହେଲେ ବଲାଙ୍ଗିର ଠାରୁ ନୂତନ ଟ୍ରେନର ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ଓ ରେଳ ମନ୍ତ୍ରୀଙ୍କୁ ଚିଠି ଲେଖନ୍ତୁ ବୋଲି ଶ୍ରୀ ଦାସ କହିବା ସହ ଦୀର୍ଘ ଦିନରୁ ଉପାନ୍ତରେ ରହୁଥିବା ରାୟଗଡ ଜିଲ୍ଳାବାସୀଙ୍କୁ ସିଧାସଳଖ ରାଜଧାନୀ ଭୁବନେଶ୍ୱର ପାଇଁ କୈାଣସି ଗୋଟିଏ ଟ୍ରେନର ବ୍ୟବସ୍ଥା କରାଯାଇ ନ ଥିବା ବେଳେ ଚାଲିଥିବା ଟ୍ରେନର ଗତିପଥ ବଦଳାଇ ଜିଲ୍ଳାବାସୀଙ୍କ ଏହି ସୁବିଧାରୁ ବଂଚିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଷଡଯନ୍ତ୍ର କରୁଛନ୍ତି ତେଣୁ ଜିଲ୍ଳାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯୁବ ବିକାଶ ପରିଷଦ ପକ୍ଷରୁ କରାଯାଇଥିବା ଏହି ଅନଶନକୁ ଜିଲ୍ଳାର ସମସ୍ତ ରାଜନୈତିକ ଦଳ ସମେତ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସମର୍ଥନ ମିଳିଛି । ସେହିପରି ରାୟଗଡ ପ୍ରେସ ୟୁନିୟନ, ରାୟଗଡ ଜିଲ୍ଳା ବିକାଶ ପରିଷଦ, ଜିଲ୍ଳା ଓକିଲ ସଂଘ ପକ୍ଷରୁ ମଧ୍ୟ ରାୟଗଡ ରେଳଷ୍ଟେସନ ମ୍ୟାନେଜର ପି.ସି.ସେଠୀଙ୍କୁ ରେଳମନ୍ତ୍ରୀ ଓ ରେଳ ମନ୍ତ୍ରଣାଳୟ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅନଶନରେ ଜିଲ୍ଳା ବରିଷ୍ଠ ନାଗରିକ କଲ୍ୟାଣ ସଂଘର ସଭାପତି ବିନୋଦଚନ୍ଦ୍ର ପଣ୍ଡା, ଉପଦେଷ୍ଟା ନୃସିଂହନାଥ ପାଢୀ, ବରିଷ୍ଠ ଆଇନଜୀବି କେଦାରନାଥ ପଣ୍ଡା, ପ୍ରେସ ୟୁନିୟନ ରାୟଗଡ ସଭାପତି ଦୟାନନ୍ଦ ଖାଡଙ୍ଗା, ଜିଲ୍ଳା ଭିନ୍ନକ୍ଷମ ମହାସଂଘର ସଂପାଦକ ଅମରେନ୍ଦ୍ର ନାଥ, ଜିଲ୍ଳା ନାଗରିକ ମଂଚ ସଦସ୍ୟ ଅଜୟ ରଥ, ଶିବପ୍ରସାଦ ପାଢୀ, ଦିବାକର ଗଉଡ, ରାଜକିଶୋର ବୀର, ପ୍ରଭାକର ଦୋରା, ଅମୂଲ୍ୟ ସାହୁ, ଗୋପିନାଥ ଗଉଡ, ରବିନ୍ଦ୍ର ପାଟ୍ଟଖଣ୍ଡାଳ, ବିବେକ ଶତପଥିଙ୍କ ସମେତ ଅନ୍ୟମାନେ ସମର୍ଥନ କରି ଦାବି ଉପସ୍ଥାପନା କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in 

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.