RPF ପକ୍ଷରୁ ରେଳଯାତ୍ରୀଙ୍କ ପାଇଁ ୧୮୨ ହେଲପଲାଇନ ନମ୍ବର ଜାରି

ରାୟଗଡ,୨୯/୯ : ଟ୍ରେନରେ ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ରେଳବାଇ ପକ୍ଷରୁ ୧୮୨ ହେଲପଲାଇନ ନମ୍ବର ଜାରି କରାଯାଇଛି । ରାୟଗଡ ରେଳବାଇ ପୋଲିସ ସୁରକ୍ଷା ବଳ (ଆରପିଏଫ) ତରଫରୁ ରବିବାର ଦିନ ଷ୍ଟେସନରେ ଯାତ୍ରୀମାନଙ୍କୁ ଏ ଦିଗରେ ସଚେତନତା କରାଯାଇଥିଲା । ଆରପିଏଫ ଥାନା ଅଧିକାରୀ ଡି.ଏନ.ତ୍ରିଲୋକଙ୍କ ନେତୃତ୍ୱରେ ପୋଲିସ ଟିମ୍ ପକ୍ଷରୁ ବ୍ୟାନର ଓ ମାଇକ ମାଧ୍ୟମରେ ଷ୍ଟେସନର ତିନୋଟି ପ୍ଳାଟଫର୍ମରେ ସଚେତନ କରାଯାଇଥିଲା । ବିଶେଷ କରି ଟ୍ରେନରେ ଯାତ୍ରା ସମୟରେ ତଥା ରେଳବାଇ ଷ୍ଟେସନ ପରିସରରେ ଚୋରି,ଲୁଟ ସହ ଅନ୍ୟାନ୍ୟ କିଛି ଅସୁବିଧା ହେଲେ ତୁରନ୍ତ ଯାତ୍ରୀମାନେ ନିଜର ଯେ କୈାଣସି ନମ୍ବରରୁ ରେଳବାଇ ହେଲପ ଲାଇନ ନମ୍ବର ୧୮୨କୁ ଯୋଗାଯୋଗ କଲେ ଆରପିଏଫ ପକ୍ଷରୁ ସଙ୍ଗେ ସଙ୍ଗେ ପରବର୍ତୀ ଷ୍ଟେସନରେ ତାଙ୍କୁ ସାହାର୍ଯ୍ୟ ଯୋଗାଇ ଦିଆଯିବ ଏବଂ ଝାରଖଣ୍ଡ, ଛତିଶଗଡ ଆଦି ଅଂଚଳର ବହୁ ଲୋକେ ଟ୍ରେନର କବାଟ ପାଖେ ବସି ଯାତ୍ରା କରୁଥିବା ବେଳେ ଅସାବଧାନତା ଯୋଗୁଁ ମୃତ୍ୟୁ ମୁଖରେ ପଡୁଛନ୍ତି ତେଣୁ ଟ୍ରେନରେ ଥିବା ସିଟରେ ବସି ନିଜ ଗନ୍ତବ୍ୟସ୍ଥଳକୁ ଯିବା ସଚେତନତା କରାଯାଇଥିବା ନେଇ ଆରପିଏଫ ଥାନାଧିକାରୀ ଶ୍ରୀ ତିଲୋକ ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

———————————————————

Udyog Nursery
Udyogi Nursery

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.