ମାରୱାଡ଼ି ସମାଜର ଅଗ୍ରସେନ ଜୟନ୍ତୀ

ସମାଜରେ ବିଭିନ୍ନ ଉନ୍ନୟନ ତଥା ସେବା ମୂଳକ କାର୍ଯ୍ୟରେ ମାରୱାଡ଼ି ସମାଜର ଭୂମିକା ସମସ୍ତଙ୍କୁ ଆକର୍ଷିିତ କରିଥାଏ ଏବଂ ଦୃଷ୍ଟାନ୍ତ ସୃଷ୍ଟି କରିଥାଏ

କଳାହାଣ୍ଡି,୨୯/୯ : କଳାହାଣ୍ଡି ଜିଲ୍ଲା ମ.ରାମପୁର ମାରୱାଡ଼ି ସମାଜ ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଗ୍ରସେନ ଜୟନ୍ତୀ ମହା ସମାରୋହରେ ପାଳିତ ହେଇଯାଇଛି । ପ୍ରାରମ୍ଭରେ ମ.ରାମପୁର ମାରୱାଡ଼ି ସମାଜର ସମସ୍ତେ ଅଗ୍ରସେନ ମହାରାଜଙ୍କ ପ୍ରତିକୃତିକୁ ନେଇ ସହର ପରିକ୍ରମା କରିବା ପରେ ଏକ ସଭା ଅନୁଷ୍ଠିତ ହେଇଥିଲା । ଏଥିରେ ମ.ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ରୁମାନା ଜାଫ୍ରି ଏବଂ ଥାନାଧିକାରୀ ଉତ୍ତମ କୁମାର ସାହୁ ଅତିଥି ଭାବରେ ଯୋଗଦେଇ ଅଗ୍ରସେନ ମହାରାଜଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହିତ ଏହି ସମାଜର ବିଭିନ୍ନ ଦିଗ ଉପରେ ମତବ୍ୟକ୍ତ କରିବାକୁ ଯାଇ କହିଥିଲେ, ଯେ ସମାଜରେ ବିଭିନ୍ନ ଉନ୍ନୟନ ତଥା ସେବା ମୂଳକ କାର୍ଯ୍ୟ ସଂପାଦନରେ ମାରୱାଡ଼ି ସମାଜର ଭୂମିକା ସର୍ବଦା ସମସ୍ତଙ୍କୁ ଆକର୍ଷିିତ କରିଥାଏ ଏବଂ ଦୃଷ୍ଟାନ୍ତ ସୃଷ୍ଟି କରିଥାଏ । ଏଣୁ ଏହି ସମାଜ ପାଖରେ ଆମକୁ ଅନେକ କିଛି ଶିକ୍ଷା ମିଳିଥାଏ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହେଇଥିଲା । ସାରା ଦିବସ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମକୁ ହର୍ଷୋଲ୍ଲାସରେ ସଂପାଦନ କରିଥିଲେ ଏହି ସମାଜର ସମସ୍ତ ସଭ୍ୟ,ସଭ୍ୟା । ସମସ୍ତଙ୍କ ସକ୍ରୀୟ ଅଂଶଗ୍ରହଣ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହାୟତା କରିଥିବାବେଳେ ମାରୱାଡ଼ି ଯୁବା ମଂଚ ଓ ମହିଳା ମଂଚ ତଥା ସମସ୍ତ ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ ରହିଥିଲା ।

ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in

———————————————————-

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.