ଅକ୍ଟୋବର ୨ ରୁ ୪ ବାପୁଜୀ କ୍ଲବର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ସୋନପୁର,୩୦/୯ : ସୁବର୍ଣ୍ଣପୁର ସହରର ସର୍ବ ପୁରାତନ ଅନୁଷ୍ଠାନ ବାପୁଜୀ କ୍ଲବରେ ଆସନ୍ତା ଅକ୍ଟୋବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ କରାଯିବ ବୋଲି କ୍ଲବ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ସମଗ୍ର ଦେଶରେ ପାଳନ କରାଯାଉଥିବାରୁ କ୍ଲବର ସୁବର୍ଣ୍ଣ ଜୟନ୍ତୀ ସହ ଗାନ୍ଧିଜୀଙ୍କ ଜନ୍ମ ଜୟନ୍ତୀ ଓ ବିଶ୍ୱ ଅହିଂସା ଦିବସକୁ ଧୁମଧାମରେ ପାଳନ କରାଯିବ ବୋଲି କୁହାଯାଇଛି । ଏହି ଅବସରରେ ୨ ତାରିଖ ଦିନ ନାଟ୍ୟରଶ୍ମୀ ପ୍ରଫୁ୍ଲ୍ଲ ରଥଙ୍କ ରଚିତ ଓ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ଦ୍ୱାରା ନିର୍ଦ୍ଦେଶିତ ନାଟକ ‘ଶୂନ୍ୟ ଆକାଶ ଆମର ଆଖି’ ମଞ୍ଚସ୍ଥ ହେବ । ସେହପରି ୩ ତାରିଖ ଦିନ କ୍ଲବ ପରିସରରେ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା ‘ଦି ମିଷ୍ଟିକାଲ୍ ଷ୍ଟେପସ୍’ ଏବଂ ୪ ତାରିଖ ଦିନ କଟକର ସିଗ୍ନେଚର୍ ବ୍ୟାଣ୍ଡ୍ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ବିଭିନ୍ନ ଦିବସରେ ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ ରଞ୍ଜିତ ପଟ୍ଟନାୟକ ସହ କ୍ଲବର ପ୍ରତିଷ୍ଠାତା ସଦସ୍ୟ ସୋମନାଥ ପୁରୋହିତ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ କ୍ଲବର ସଭାପତି ଶିବ ପ୍ରସାଦ ଗୁରୁ, ସାଂସ୍କୁତିକ ସମ୍ପାଦକ ସୋମନାଥ ମିଶ୍ର, ସମ୍ପାାଦକ ସୁବ୍ରତ କୁମାର ମହାନ୍ତି, କ୍ଲବର ସଦସ୍ୟ ସନ୍ଦିପ କୁମାର ମିଶ୍ର, ଜିତେନ୍ଦ୍ର ପଟ୍ଟନାୟକ, ସୋମନାଥ ସାହୁ, ଚିତ୍ତରଞ୍ଜନ ତରାସିଆ, ପ୍ରଦ୍ୟୁମ୍ନ କୁମାର ସାହୁ ପ୍ରମୁଖଙ୍କ ସହ କ୍ଲବର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ ।


Report By : Susanta Sahu, District Correspondent Subarnapur odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.