ତିଖାଲି ପାର୍କରେ ଚିତ୍ରଶିଳ୍ପୀ ସଂଘ ନୂଆପଡାର ସାଧାରଣ ବୈଠକ

ବୋଡେନ/ନୂଆପଡା,୩୦/୯ : ନୁଆପଡା ଜିଲ୍ଲା ର ଅନେକ ଚିତ୍ରଶିଳ୍ପୀ ମାନଙ୍କୁ ନେଇ ତିଖାଲି ପାର୍କରେ ‘ଚିତ୍ରଶିଳ୍ପୀ ସଂଘ ନୂଆପଡା’ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଚିତ୍ରଶିଳ୍ପୀ ଗଙ୍ଗା ଦଣ୍ତସେନାଙ୍କ ସଭାପତିତ୍ବ ଆୟୋଜିତ ଏହି ବୈଠକରେ କରି  ଚିତ୍ରକର ମାନଙ୍କର ବିକାଶ ଉପରେ  ଆଲୋକପାତ କରାଯାଇଥିଲା । ପରେ ବିଭିନ୍ନ ବିଷୟରେ ଆଲୋଚନାକରି ବର୍ତ୍ତମାନ ନୁଆପଡା ଜିଲ୍ଲାରେ ବିଭିନ୍ନ ବିଭାଗର ସରକାରି ଆର୍ଟ କାମ ଗୁଡିକୁ ଜିଲ୍ଲାର ଚିତ୍ରଶିଳ୍ପୀ ମାନଙ୍କୁ ପ୍ରତକ୍ଷ ଭାବରେ କାମନ ଦେଇ ତଥା କାନ୍ଥଲିଖନ,ସାଇନ ବୋଡ ଗୁଡିକୁ ଠିକାଦାର ମାନଙ୍କ ଦ୍ବାରା କରା ଯାଉଛି ଯାହାଫଳରେ ଠିକାଦାର ଜିଲ୍ଲା ବାହାରୁ ଚିତ୍ରକାର ଆଣି କାମକରୁଛନ୍ତି ।  ଯଦ୍ବାରା ଆଞ୍ଚଳିକ ଚିତ୍ରଶିଳ୍ପୀ ରୋଜଗାରରୁ ବଞ୍ଚିତ ହେଉଛନ୍ତି ଆଉ ଯେଉଁ ମାନେ ଉଣା ଅଧିକେ କାମ କରୁଛନ୍ତି ସେମାନଙ୍କୁ ସରକାରୀ ମୁଲ୍ଯ ନଦେଇ କମ ମୁଲ୍ୟ ଦେଉଛନ୍ତି ବା ନିଜେ ନିଜେ ଏଣୁତେଣୁ ଲେଖି ଦେଉଛନ୍ତି ।

ଏଥିପାଇଁ ଜିଲ୍ଲା ପ୍ରସାଶନର କାର୍ଯ୍ଯଶୈଳୀକୁ ଦୃଢ ନିନ୍ଦାକରି ଜିଲ୍ଲାର ସମସ୍ତ ଚିତ୍ରଶିଳ୍ପୀ ଅସନ୍ତୋଷ ପ୍ରକାଶ କରିଥିଲେ । ନିଜ କର୍ତ୍ତବ୍ୟର ପଥକୁ ନେଇ ଆଗାମି ଦିନରେ ବିଭିନ୍ନ ସମସ୍ୟାକୁ ଆଖିଆଗରେ ରଖି ସମାଜ ସଂସ୍କାର ମୁଳକ ସଚେତନା ଦିଗରେ ନିଶୁଲ୍କ କାନ୍ଥ ଲିଖନ ଗୁଡିକ ସର୍ବସମ୍ମୁଖ ଜାଗାମାନଙ୍କରେ ଲେଖିବା ପାଇଁ ସ୍ଥିର କରାଗଲା । ଏହି ବୈଠରେ ଜିଲ୍ଲାର ସମସ୍ତ ବ୍ଲକରୁ ଚିତ୍ରଶିଳ୍ପୀ ମାନେ ଯୋଗ ଦେଇଥିବାବେଲେ ବିଶିଷ୍ଟ ଚିତ୍ରକାର ମକୁନ୍ଦ ଚିନାଗୁନ, ଗୌରାଙ୍ଗ ମଲ୍ଲିକ, ଝମ୍ପେଶ୍ବର ସଲମା ଯାଦବ, ମକୁନ୍ଦ ନାଏକ, ଦେବାର୍ଚ୍ଚନ ମାଝୀ, ବିଶ୍ବଦେବ ଅଦା, ମହେନ୍ଦ୍ର ମାଝୀ, ତରୁଣ କୁମାର ନାଏକଙ୍କ ସହ ଅନେକ ଯୁବ ଚିତ୍ରଶିଳ୍ପୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ବୋଡେନ ପ୍ରତିନିଧି ହିତେଶ କୁମାର ଅଦାଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.