ନବରାତ୍ର ପୂଜା ଆରମ୍ଭ : ବିଭିନ୍ନ ଦେବୀପୀଠରେ ଭକ୍ତଙ୍କ ଭିଡ଼

ସୋନପୁର,୩୦/୯ : ଆରମ୍ଭ ହୋଇଛି  ଶାରଦୀୟ ଦୁର୍ଗାପୂଜା । ରବିବାର ଠାରୁ ବିଭିନ୍ନ ଦେବୀ ପୀଠ ମାନଙ୍କରେ ନବରାତ୍ର ପୂଜା ଆରମ୍ଭ ହୋଇଛି । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯୁଗେ ଯୁଗେ ଭାରତବର୍ଷର ମାତୃଜାତିଙ୍କୁ ଉଚ୍ଚସ୍ଥାନ ଦିଆଯାଇଛି । ମା’ଙ୍କ ବିନା ଏ ମାନବ ସମାଜର ଅସ୍ତିତ୍ୱ ନାହିଁ । କାରଣ ମା’ଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଆରମ୍ଭ ହୋଇଛି ‘ନବମାତୃକା ପୂଜା’ । ସେହିଭଳି ଅନୁରୂପ ଭାବେ ଜିଲ୍ଲାର ବିଭିନ୍ନ ପ୍ରାଚୀନ ଦେବୀ ପୀଠ ମାନଙ୍କରେ ଶ୍ରଦ୍ଧାଳୁମାନେ ଆସି ପୂଜା କରିଛନ୍ତି । ରବିବାର ଠାରୁ ବିଭିନ୍ନ ଦେବୀ ପୀଠରେ ମା’ଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି । ଏଥିପାଇଁ ଦେବୀ ପୀଠ ଗୁଡିକରେ ରୀତିନୀତି ଅନୁଯାୟୀ ପୂଜାକାର୍ଯ୍ୟ ଆରମ୍ଭ ହୋଇଛି । ନବରାତ୍ର ପୂଜା ମଣ୍ଡପରେ ଏହି ନବରାତ୍ର ପୂଜା ଅନୁଷ୍ଠିତ ହୋଇଛି । ଏହି ପୂଜା ୯ ଦିନ ବ୍ୟାପୀ ଆୟୋଜିତ ହେବ ।  ଜିଲ୍ଲାର ଇଷ୍ଟଦେବି ମାଁ ସୁରେଶ୍ୱରୀ ମନ୍ଦିର ସହିତ ବିଭିନ୍ନ ଦେବୀ ପୀଠରେ ନବରାତ୍ର ପୂଜା ଅବସରରେ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.