ସଇଁତଲା,୧/୧୦ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ସ୍ଥିତ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ସୋମବାର ଇଂରାଜୀ ଓ ଶିକ୍ଷା ବିଭାଗର ସ୍ବାଗତ ଉତ୍ସବ ପାଳନ ହୋଇଯାଇଛି । ଅଧ୍ୟାପକ ରମେଶ ଚନ୍ଦ୍ର ପ୍ରଧାନୀଙ୍କ ସଭାପତିତ୍ବ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଇଂରାଜୀ ଅଧ୍ୟାପିକା ଶୁଶ୍ରୀ ତୃପ୍ତିମୟୀ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଶୁଶ୍ରୀ ଶୁଭସ୍ମିତା ମିଶ୍ର ଅଭିଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପକ ଡଃ ଷଡ଼ଙ୍ଗୀ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେବାସହ ମହାବିଦ୍ୟାଳୟର ଶୈକ୍ଷିକ ପରିବେଶ ସମନ୍ଧରେ ଆଲୋକପାତ କରିଥିଲେ । ଉକ୍ତ ସମାରୋହରରେ ଶିକ୍ଷାର୍ଥୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମରେ ପ୍ରଦ୍ୟୁମ୍ନ ଭୁକ୍ତା, ନିତୁ ସାହୁ, ଲକ୍ଷ୍ମୀ ବିଶି, ଦେବେନ୍ଦ୍ର ବାଗ ,ବୈକୁଣ୍ଠ ସାହୁ , ନିମାଇଁ ମିଶ୍ର, ଆୟୁଷ ମେହେର, ରାହୁଲ, ମାନସ, ଦିପ୍ତିମୟ ଦଳବେହେରା ପ୍ରମୂଖ ସହଯୋଗ କରିଥିବା ବେଳେ ପୂଜା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।