ଦୀକ୍ଷା ପ୍ରତିଭା ସମ୍ମାନ ପାଇଲେ ଲେଖକ ଦ୍ବିତୀ ଚନ୍ଦ୍ର ସାହୁ

ରାୟଗଡ଼,୧/୧୦: ଉପନ୍ୟାସ ପାଇଁ ଓଡିଶାର ଅଗ୍ରଣୀ ଉପନ୍ୟାସ ପତ୍ରିକା ଦୀକ୍ଷା ପକ୍ଷରୁ “ଦୀକ୍ଷା ପ୍ରତିଭା ସମ୍ମାନ”ରେ ସମ୍ମାନିତ ହୋଇଛନ୍ତି ଲେଖକ ଦ୍ବିତୀ ଚନ୍ଦ୍ର ସାହୁ । ଭୁବନେଶ୍ଵର ଜୟଦେବ ଭବନରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ସମାବେଶରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉପଢୌକନ ସହ ସ୍ମୃତିଫଳକ ଦେଇ ତାଙ୍କୁ ସମ୍ମାନିତ କରିଛନ୍ତି । ଏଇ ଅଵସରରେ ଦୀକ୍ଷା ପତ୍ରିକାର ସଂପାଦିକା ଡ. ସୁନତି ମୁଣ୍ଡ ଓ ପ୍ରଫେସର ନାରାୟଣ ପଣ୍ଡା ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍


ରାୟଗଡ଼ା ଜିଲ୍ଲା ପଦ୍ମପୁରରେ ଜନ୍ମିତ ଦ୍ୱିତୀ ଚନ୍ଦ୍ର ସାହୁ ସୃଜନର ବିବିଧତାରେ ଉଦ୍ଭାସିତ ପୂର୍ବକ କବିତା ଗପ, ଗୀତ, ନାଟକ, ଶିଶୁଲେଖା ସମେତ ସାହିତ୍ୟର ଅନେକାନେକ ବିଭାଗରେ ତାଙ୍କର ଏକନିଷ୍ଠ ଯୋଗଦାନ ରହିଛି। ଜଣେ କୃତବିଦ୍ୟ ସ୍ତମ୍ଭକାର ଭାବରେ ସେ ନିଜର ନିୟମିତ ସର୍ଜନା ପାଇଁ ବେଶ୍ ପାଠକଦୃତ। ସଉରା ଜନଜାତି ଆଧାରିତ ତାଙ୍କ ପୁସ୍ତକ “ସଉରା” ଓ ଶବର ପଣ୍ଡିତ ମଙ୍ଗେଇ ଗମାଙ୍ଗଙ୍କ ସଂକ୍ଷିପ୍ତ ଜୀବନୀ, ବଂଶଧାରା ନଦୀ ବିଷୟକ ସଦାସ୍ୱତନ୍ତ୍ର ପୁସ୍ତକର ସୁପରିଚିତ ସ୍ରଷ୍ଟା ଭାବେ ସେ ପରିଚିତ । ବୃତ୍ତିରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଭାକୁରଗୁଡା ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକ ଭାବେ କର୍ମରତ ଥିବାବେଳେ ବିବିଧ ସୃଜନ କର୍ମରେ ନିଜକୁ ନିୟୋଜିତ ରଖିବା ତାଙ୍କର ପ୍ରବୃତ୍ତିରେ ପରିଣତ ହୋଇଛି ।

Pearl dental clinic
Near Ashish Medical Store, Bhawanipatna

କିଶୋର ଉପନ୍ୟାସ “କୁହୁକର ମହକ” ମାଧ୍ୟମରେ ଶିଶୁ ସାହିତ୍ୟ ସର୍ଜନା କ୍ଷେତ୍ରରେ ତାଙ୍କ ଅନନ୍ୟ ପଦପାତ ହୋଇ ସାରିବା ପରେ ସାମାଜିକ ବାର୍ତ୍ତା ବହନ କରୁଥିବା ଉପନ୍ୟାସ “ମରଣ ମୁହଁର ମଣିଷ” ତାଙ୍କୁ ସଫଳ ଔପନ୍ୟାସିକର ପରିଚୟ ଆଣିଦେଇଛି। ଅଦ୍ୟାବଧି ୧୧ଟି ପୁସ୍ତକ ରଚନା କରିଥିବାବେଳେ ବହୁ ଅନୁଷ୍ଠାନ ପକ୍ଷରୁ ସେ ପୁରସ୍କାର ଓ ସମ୍ମାନ ପାଇଛନ୍ତି । ଉତ୍ତମ ଶିକ୍ଷକ ରୂପେ ସେ ପୁର୍ବରୁ ରାଜ୍ୟପାଳ ପୁରସ୍କାର ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

Udyog Nursery
Udyogi Nursery

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta


ଆଦିବାସୀ ଅଂଚଳର ପାରମ୍ପରିକ ପ୍ରଥା, ସଂସ୍କୃତି, ଅନ୍ଧବିଶ୍ଵାସ, କୁସଂସ୍କାର ସହ ଶୋଷଣ, ସଂଘାତକୁ ନିଖୁଣ ଭାବରେ ପରିପ୍ରକାଶ କରିଛନ୍ତି “ମରଣ ମୁହଁର ମଣିଷ” ଉପନ୍ୟାସରେ । ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀମାନେ ସଂପ୍ରତି ଭୋଗୁଥିବା ଯାତନା ଓ ଆହ୍ବାନକୁ ଚରିତ୍ର ମାଧ୍ୟମରେ ପ୍ରତିଫଳିତ କରିଛନ୍ତି ସେ । ପ୍ରଚଳିତ ଶବ୍ଦ ଓ ବୋଲିର ଵ୍ୟଵହାର ଉପନ୍ୟାସକୁ ଜୀବନ୍ତ କରିଦେଉଛି ଏବଂ ପାଠକଙ୍କୁ ଏକା ନିଃଶ୍ୱାସରେ ପଢିବାକୁ ବାଧ୍ୟ କରୁଛି । ବିପୁଳ ପାଠକୀୟତା ପ୍ରାପ୍ତି ହେତୁ ଦୀକ୍ଷା ପକ୍ଷରୁ ଉପନ୍ୟାସ ଲାଗି ଏଭଳି ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି । ଏଇ ଅବସରରେ ଶ୍ରୀ ସାହୁ ବୃହତ୍ତର ପାଠକ ଗୋଷ୍ଠୀ ନିକଟରେ ନିଜର କୃତଜ୍ଞତା ଜ୍ଞାପନ କରିଥିବାବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ, ସାହିତ୍ୟିକବୃନ୍ଦ ସମେତ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଶ୍ରୀ ସାହୁଙ୍କୁ ଅଭିନନ୍ଦନ ଜଣେଇଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.