ବେଦାନ୍ତ ରେଲ ଲାଇନ ଉପରେ ଧାରଣାରେ ବସିଲେ ନୂତନ ବାତେଲିମା ଗ୍ରାମବାସୀ

ଲାଞ୍ଜିଗଡ,୨/୧୦ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ନୂତନ ବାତେଲିମା ଗ୍ରାମବାସୀ ବେଦାନ୍ତ ରାଳଧାରଣା ଉପରେ ଧାରଣାରେ ବସିବାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅନେକ ସମୟରେ ବେଦାନ୍ତର ଉଦାସୀନତାକୁ ନେଇ କ୍ଷତିଗ୍ରସ୍ଥ ଗ୍ରାମଗୁଡିକର ଜନ ସାଧାରଣ ଧାରଣାରେ ବସିବା ଓ ବେଦାନ୍ତ ପ୍ରତିଶୃତି ଉପରେ ପ୍ରତିଶୃତି ଦେଇ ଚାଲିଥିବା ଘଟଣା ଏଠି ଯେପରି ଏକ ସାଧାରଣ କଥା ହୋଇ ଯାଇଛି । 

Omkar Vasthu
Omkar Vasthu

ଅଣ୍ଡର ଗ୍ରାଉଣ୍ଡ ବ୍ରିଜ ନିର୍ମାଣ ସହ ବ୍ରିଜ ରାସ୍ତା ବଙ୍କା ନକରି ସିଧା କରିବା ଦାବି

Pearl dental clinic
Near Ashish Medical Store, Bhawanipatna

ଏଠାରେ ସୂଚନା ଯୋଗ୍ୟଯେ, ବେଦାନ୍ତ ଆଲୁମିନା ଲାଞ୍ଜିଗଡ ୟୁନିଟ ଦ୍ବାରା ପ୍ରଭାବିତ ନୂତନ ବାତେଲିମା ଗ୍ରାମବାସୀ ନାନା ସମସ୍ୟା ମଧ୍ୟଦେଇ ଗତି କରୁଛନ୍ତି । ଗାଁର ପୂର୍ବ ଦିଗରେ ବଂଶିଧାରା ନଦୀ ଜମିବାଡି ଧୋଇନେଇ ଯାଉଥିବା ବେଳେ ପଶ୍ଚିମ ଦିଗରେ ବେଦାନ୍ତ ରେଲ ଲାଇନ ରହିଛି ।  ଗ୍ରାମବାସୀଙ୍କ ଅଭିଯୋଗ ହେଲା, ଗାଁକୁ ରାସ୍ତା ନାହିଁ ଅନ୍ୟୋପାୟ ହୋଇ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଟ୍ରେନ ଲାଇନ ଦେଇ ଯିବା ଆସିବା କରନ୍ତି । ଯେତେବେଳେ ଏଠାରେ ଟ୍ରେନ ଅଟକି ରହେ ସେତେବେଳେ ବିପଦ ଶଙ୍କୁଳ ଅବସ୍ଥାରେ ଲୋକେ ଟ୍ରେନ ବଗି ତଳେ ଯିବା ଆସିବା କରନ୍ତି ।

Udyog Nursery
Udyogi Nursery

ଏଠାରେ ଏକ ଅଣ୍ଡର ଗ୍ରାଉଣ୍ଡ ବ୍ରିଜ ନିର୍ମାଣ ପାଇଁ ଦିର୍ଘ ଦିନଧରି ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ ମଧ୍ୟ କମ୍ପାନୀ କର୍ତୃପକ୍ଷ କର୍ଣ୍ଣପାତ କରୁନାହିଁ । ଗତ ୧୨/୧୨/୨୦୧୭ରେ ଗ୍ରାମବାସୀ ବେଦାନ୍ତକୁ ଅଣ୍ଡରଗ୍ରାଉଣ୍ଡ ବ୍ରିଜ ନିର୍ମାଣ ସମେତ ଅନ୍ୟ ୬ଟି ସମସ୍ୟା ନେଇ ଦାବିପତ୍ର ପ୍ରଦାନ କରିଥିଲେ । କମ୍ପାନୀ ପକ୍ଷରୁ ପ୍ରତିଶୃତି ମଧ୍ୟ ପ୍ରଦାନ କରାଯାଇଥିଲା କିନ୍ତୁ ବର୍ତ୍ତମାନ ସୁଦ୍ଧା ଅଣ୍ଡର ଗ୍ରାଉଣ୍ଡ ବ୍ରିଜ୍ ନିର୍ମାଣ ହେଲାନାହିଁ । ଯାହାକୁ ନେଇ ଅଞ୍ଚଳରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଧାରଣା ଦେଇଥିଲେ ଗ୍ରାମବାସୀ । ସେମାନଙ୍କ ଦାବିହେଲା ଅତିଶିଘ୍ର ଅଣ୍ଡର ଗ୍ରାଉଣ୍ଡ ବ୍ରିଜ ନିର୍ମାଣ କରିବାସହ ବ୍ରିଜ ରାସ୍ତା ବଙ୍କା ନକରି ସିଧା କରିବା । ନୂତନ ବାତେଲିମା ଗ୍ରାମବାସୀ ଅନେକ ସମୟଧରି ଧାରଣାରେ ବସିବାପରେ କମ୍ପୀନୀ କର୍ତୃପକ୍ଷଙ୍କ ସହ ବୁଝାମଣା ହେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି ।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.