ବଲାଙ୍ଗିର,୨/୧୦ : ସାରା ଦେଶରେ ପାଳିତ ହେଉଛି ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ। ଯାହାକୁ ନେଇ ଆଜି ବଲାଙ୍ଗୀରରେ ମଧ୍ୟ ପାଳିତ ହୋଇଛି ୧୫୦ତମ ଗାନ୍ଧୀ ଜୟନ୍ତି। ଯେଉଁଥିରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ପରିଷଦ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ମହାଆଡମ୍ବର ସହ ପାଳନ କରିଛି। ଏହି ଅବସରରେ ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ କେ, ସନ୍ଦୀପ, ସମାଜ ସେବୀ ଲଳିତ ନାୟକ ଓ ଜିଲ୍ଲା ସୂଚନା ଅଧିକାରୀ ଜୟଦେବ ପାଣିଗ୍ରାହୀଙ୍କ ସହ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଏବଂ ଆଜି ସକାଳ ୮ଟା ସମୟରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପ୍ରତିମୃତିରେ ମାର୍ଲ୍ୟାର୍ପଣ କରିଥିଲେ ଓ ସର୍ବଧର୍ମ ପ୍ରାଥନା ସଭା କରାଯାଇଥିଲା।
ସେହିପରି ଗାନ୍ଧୀ ଭବନ ପରିସରରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୃତି ଆନାବରଣ କରାଯାଇଥିବା ସହ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ମୁଖ୍ୟ ରାସ୍ତାରେ ମହାତ୍ମାଗାନ୍ଧୀ ମାର୍ଗ ଅନାବରଣ କରାଯାଇଥିଲା।ଏବଂ ବୃକ୍ଷ ରୋପଣ କରାଯାଇଛି।
ଏହି ଅବସରରେ ପୁଇଁତଲା ବ୍ଲକ ହାଇସ୍କୁଲ ପଡ଼ିଆରେ ୧୫୦ତମ ଜୟନ୍ତୀ ଓ ପୁଇଁତଲା ଗ୍ରାମକୁ ଲୋକକଳା ଗ୍ରାମ ଭାବେ ଲୋକାର୍ପଣ କରିଥିଲେ ଓ ମହାତ୍ମାଗାନ୍ଧୀଙ୍କ ସ୍ମୃତି ଚାରଣ କରିଥିଲେ ଜାତିର ଜନକ ବାପୁ ପରମ ବୈଷ୍ଣବ ପ୍ରାଣକୁ ନିଜ ଭିତରେ ପ୍ରତିଷ୍ଠା କରିଥିଲେ । ଫଳସ୍ୱରୂପ ଅନ୍ୟର ପୀଡାକୁ ସେ ଅନୁଭବ କରି ପାରିଥିଲେ ତଥା ସେବା ସୁର୍ଷାରେ ମାନବ ଧର୍ମର ପାଳନ କରୁଥିଲେ। ଏହା କରି ସେ କେବେ ହେଲେ କାହାପ୍ରତି ଅନୁଗ୍ରହ କରୁଥିବା ଚିନ୍ତା କରୁନଥିଲେ।ତଥା ଏଠି ପାଇକେବେ ହେଲେ ଗର୍ବ ଅନୁଭବ କରୁନଥିଲେ। ସେହିପରି ଆଜି ଆଉ ଜଣେ ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ୧୧୬ତମ ଜୟନ୍ତୀ ମଧ୍ୟ ପାଳନ କରୁଛି ଦେଶ।ଅକ୍ଟୋବର ୨ ଦେଶ ପାଇଁ ଖୁବ ଗୁରୁତ୍ୟପୁର୍ଣ୍ଣ ଦିବସ ଏହିଦିନ ଭାରତ ବର୍ଷରେ ଦୁଇ ଦୁଇଟି ମହାନ ନେତା ଜନ୍ମ ଗ୍ରହଣ କରିଥିଲେ। ଜାତିର ପିତା ମହାତ୍ମାଗାନ୍ଧୀ ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ। ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ୧୧୬ତମ ଜୟନ୍ତୀ ମଧ୍ୟ ପାଳନ କରୁଛି ସାରା ଦେଶ।