ସଇଁତଳାରେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ

ପଲିଥିନ ବର୍ଜନ ପାଇଁ ଗ୍ରାମ ପଞ୍ଚାୟତ ଓ OLM ସଂଘ ପକ୍ଷରୁ ସଚେତନା କାର୍ଯ୍ୟକ୍ରମ

ସଇଁତଲା,୩/୧୦ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ସଇଁତଲା ଗ୍ରାମ ପଞ୍ଚାୟତ ଠାରେ ନାଏବ ସରପଞ୍ଚ ଶ୍ରୀମତି ଉଦିଆଁ ଭୋଇଙ୍କ ନେତୃତ୍ୱ ପଲିଥିନ ମୁକ୍ତ ସଇଁତଳା କରିବା ପାଇଁ ସଚେତନ କରା ଯାଇଥିଲା ଓ ସମସ୍ତଙ୍କୁ କପଡା ବ୍ୟାଗ ବଣ୍ଟନ କରିବା ସହିତ ସଇଁତଳା ର ସମସ୍ତ ଦୋକାନୀ ଭାଇ ମାନଙ୍କୁ ପଲିଥିନି ବ୍ୟାଗ ପରିବର୍ତ୍ତେ କପଡା ବ୍ୟାଗ କୁ ବ୍ୟବହାର କରିବା ପାଇଁ ଅନୁରୋଧ କରାଯାଇଥିଲା । ଏହାପରେ ପଞ୍ଚାୟତ ସମ୍ମୁଖରେ ଗ୍ରାମ ସଭା କରାଯାଇଥିଲା । ଏଥିରେ ସ୍ଥାନୀୟ ସରପଞ୍ଚ ଭୀମସେନ ସ୍ୱାଇଁ, ପିଇଓ ଖଗେଶ୍ୱର କମ୍ପ, ଜିଆରଏସ ସତ୍ୟନାରାୟଣ ରଣା, ଓ ବିବେକାନନ୍ଦ ଯୁବ ସଂଘ ର ସଭାପତି ଚନ୍ଦ୍ର ଚନ୍ଦନ ଯାଦବଙ୍କ ସମେତ OLM ସଂଘର ରୋଶନୀ ଗହୀର, ଝରଣା ବୈକାର, ନମିତା ପୃଷେଠ,  ସୁନିତା ନନ୍ଦ ଓ ଶତାଧିକ ମହିଳା ଏହି ସଚେତନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.