ବୃକ୍ଷ ଲଗେଇ, ପ୍ଲାଷ୍ଟିକ ବର୍ଜନ କଲେ ଗାନ୍ଧୀଜୀ ଓ ଶାସ୍ତ୍ରୀଜିଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ପ୍ରସ୍ତାବିତ ନୂଆ କ୍ୟାମ୍ପସ କେନ୍ଦୁଗୁଡା ଠାରେ ଶାସ୍ତ୍ରୀଜି ଜୟନ୍ତୀ ଓ ମହାତ୍ମା ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ

Omkar Vasthu
Omkar Vasthu

କଳାହାଣ୍ଡି,୩/୧୦ : ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ପ୍ରସ୍ତାବିତ ନୂଆ କ୍ୟାମ୍ପସ କେନ୍ଦୁଗୁଡା ଠାରେ ଶାସ୍ତ୍ରୀଜି ଜୟନ୍ତୀ ଓ ମହାତ୍ମା ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ମହା ସମାରୋହରେ ଆୟୋଜିତ ହୋଇଯାଇଛି । ଏହି ଦୁଇ ମହାପୁରୁଷଙ୍କ ଜନ୍ମ ଜୟନ୍ତୀର ଶୁଭ ଅବସରକୁ ସ୍ମରଣିୟ କରିବାପାଇଁ ବିଦ୍ୟାଳୟର ଶିକ୍ଷାର୍ଥୀ ମାନଙ୍କ ଦ୍ବାରା ୧୫୦ଟି ବୃକ୍ଷଚାର ରୋପଣ କରାଯାଇ ଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ବିବେକାନନ୍ଦ ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ଶିବରାମ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମହତ କାର୍ଯ୍ୟକ୍ରମରେ ଧର୍ମଗଡ ବିଧାୟକ ମୌଷଧି ବାଗ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ସ୍ୱତନ୍ତ୍ର ଅତିଥି ଓ କିସ୍ ଓ କିଟ୍ ଜିଲ୍ଲା ସଂଯୋଜକ ଦୁଷ୍ମନ୍ତ ପ୍ରଧାନ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ବୃକ୍ଷ ଲଗେଇ, ପ୍ଲାଷ୍ଟିକ ବର୍ଜନ କଲେ ଗାନ୍ଧୀଜୀ ଓ ଶାସ୍ତ୍ରୀଜିଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଶିକ୍ଷାବିତ ବ୍ରହ୍ମାନନ୍ଦ ସାମଲ ଧନ୍ୟବାଦ ଦେଇଥିବାବେଳେ ଶିକ୍ଷୟିତ୍ରୀ ଉପାସନା ସାହୁ, କନ୍ୟାକୁମାରି ନାୟକ, ଶିକ୍ଷକ ଦକ୍ଷ୍ୟ ସାହୁ ପ୍ରମୂଖ ସହଯୋଗ କରିଥିଲେ। ଏଥିରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.