ମା ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଥୁଆମୁଲ ରାମପୁର ଠାରେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ

ଲାଞ୍ଜିଗଡ,୩/୧୦ : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସ୍ଥିତ ମା ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ସମାରୋହ ବହୁ କାର୍ଯ୍ୟକ୍ରମ ସହ ପାଳିତ ହୋଇଯାଇଛି । ଏହି ଦିବସକୁ ଅଧିକ ସ୍ମରଣୀୟ କରିବା ପାଇଁ ୪ ଦିନ ଧରି ସ୍ଵଛତା ସପ୍ତାହ, ବୃକ୍ଷ ରୋପଣ ଓ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇ ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟ ନାରାୟଣ ମୁଣ୍ଡଛିନାଙ୍କ ସଭାପତିତ୍ୱରେ ଆୟୋଜିତ ବର୍ଣ୍ଣାଢ୍ୟ ସମାରୋହରେ ‘ମହାତ୍ମା ଗାନ୍ଧୀଙ୍କ ପ୍ରାସଙ୍ଗିକତା’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଥିଲା ।

Udyog Nursery
Udyogi Nursery

ଏଥିରେ ମୁଖ୍ୟ ଅତିଥି ଭାବେ ଥୁଆମୂଲ ରାମପୁର ବିଡ଼ିଓ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ତହସିଲଦାର ଶ୍ରୀଯୁକ୍ତ ବିନୟ କୁମାର ଭୋଇ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଗୋବିନ୍ଦ ପ୍ରଧାନୀ, ପଶ୍ଚିମ ଓଡିଶା ଉନ୍ନୟନ ପରିଷଦ (ଡବ୍ଲୁଓଡିସି) ସଦସ୍ୟ ଶ୍ରୀଯୁକ୍ତ ମାଣିକ୍ୟ ଚନ୍ଦ୍ର ନାୟକ,

ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ନରସିଂହ ନାୟକ, ଅଧ୍ୟାପକ ଅଶୋକ ପଟ୍ଟନାୟକ, ଅଧ୍ୟାପକ ସରୋଜ ପଟ୍ଟଯୋଶୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ବବ୍ରୁ ବାହନ ବୁଦ୍ଧିଆ କାର୍ଯ୍ୟକ୍ରମର ସଞ୍ଚାଳନ କରିଥିବା ବେଳେ ଅଧ୍ୟାପକ ଶେକ ଅଖଟର ଧନ୍ୟବାଦ ଅର୍ପଣ କରି ଥିଲେ।

ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.