କଳାହାଣ୍ଡି ୩/୧୦(ନବୀନ କିଶୋର ସାହୁ) : କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାନ୍ତିର ଦୂତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛିା।
ଏଥିରେ ପୂର୍ବତନ ବ୍ୟାଙ୍କ ଅଧିକାରୀ କୈଳାସ ଜାନୀ ମୁଖ୍ୟଅତିଥି, ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟବକ୍ତା, ସମାଜସେବୀ ରାଜେନ୍ଦ୍ର ବେହେରା, ଅରୁଣ କୁମାର ବେହେରା ଓ ଜନ୍ମେଜୟ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିବାବେଳେ ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା ସଭାପତିତ୍ୱ କରିଥିଲେ।
ପ୍ରଥମେ ଅତିଥିମାନେ ମହାମାନବ ମାନଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ କୈଳାସ ପଧାନ ପରିଚୟ ପ୍ରଦାନ କରିଥିବା ବେଳେ କେଶବ ଭୋଇ ଧନ୍ୟବାଦ ଓ ଚୁଡାମଣି ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ବଣ୍ଟନ କରାଯାଇଥିଲା। ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ
https://facebook.com/odiabarta