ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଲାଞ୍ଜିଗଡ ବ୍ଲକରେ ବିଭିନ୍ନ ସ୍ଥାନରେ ସ୍ୱଚ୍ଛ ଭାରତ ଅଭିଯାନ

ଲାଞ୍ଜିଗଡ,୩/୧୦ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଲାଞ୍ଜିଗଡ ବ୍ଳକର ବିଭିନ୍ନ ସ୍ଥାନରେ ସ୍ବଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଗୋପିନାଥପୁର ଠାରେ ଭଗତସିଂ କ୍ଳବ ଆନୁକୂଲ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱଚ୍ଛତା ଓ ବର୍ଯ୍ୟବସ୍ତୁ ବର୍ଜନ ସମ୍ପର୍କିତ ପଲିଥିନ ଓ ପ୍ଲାଷ୍ଟିକ ବର୍ଜନ କରିବା ପାଇଁ ସଚେତନତା ରାଲି କରାଯାଇ ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନ କରାଯାଇ ଥିଲା।

ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବିଡ଼ିଓ ମୁନିନ୍ଦ୍ର ହୁନାଙ୍ଗା, ଏବିଡ଼ିଓ ବିଭୁତି ଭୂଷଣ ସତପତି, ଲାଞ୍ଜିଗଡ ଥାନା ଅଧିକାରୀ ସତ୍ୟନାରାୟଣ ନନ୍ଦ, ଏସ୍ ଆଇ ବିପିନ୍ କୁମାର କୁଳଦୀପ, ଏସ୍ ଆସ ଡମ୍ବରୁଧର ପ୍ରଧାନ, ଗ୍ରାମ ମୁଖିଆ ପ୍ରହ୍ଲାଦ ନାୟକ, ନିଳାଞ୍ଚଳ ପ୍ରଧାନ, ରମେଶ ମାଝୀ, ସନାତନ ପ୍ରଧାନୀ, ଭାଗିରଥି ଧଙ୍ଗଡାମାଝୀ, ଏସଏସଜିଗ୍ରୁପ, ଅଙ୍ଗନ ବାଡ଼ି କର୍ମୀ, ସ୍କୁଲ ଶିକ୍ଷକ, ଛାତ୍ରଛାତ୍ରୀ ଓ ଭଗତ ସିଂ ବ୍ଳକର ସମସ୍ତ କର୍ମଚାରୀ ସଫେଇ କାର୍ଯ୍ୟରେ ସାମିଲ ହୋଇଥିଲେ।

 

ସେହିପରି ବିଶ୍ୱନାଥପୁର ମା’ହୀରାନୀଳା ଜୁନିୟର କଲେଜ ଅଧ୍ୟକ୍ଷ କଙ୍କଣ ରାୟଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ କଲେଜ ଛକଠାରୁ ସ୍ୱଚ୍ଛତା ଏକ ରେଲି ବାହାରି ବ୍ଲକ ପରିସର, ମେଡିକାଲ ଓ ମୁଖ୍ୟ ରାସ୍ତା ସଫେଇ କରିଥିଲେ।ଏଥିରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସାମିଲ ହୋଇଥିଲେ।

ଲାଞ୍ଜିଗଡ ଡିଏଭି ସ୍କୁଲ ଅଧକ୍ଷ୍ୟା ଶୁକ୍ଳା ଚକ୍ରବର୍ତ୍ତୀଙ୍କ ତତ୍ୱାବଧାନରେ ସ୍କୁଲ ଛାତ୍ରଛାତ୍ରୀ ମାନେ ଲାଞ୍ଜିଗଡ ସହର ପରିକ୍ରମା କରି ସ୍ୱଚ୍ଛତା ଓ ବଯ୍ୟବସ୍ତୁ ବର୍ଜନ ସମ୍ପର୍କିତ ପଲିଥିନ ଓ ପ୍ଲାଷ୍ଟିକ ବର୍ଜନ କରିବା ପାଇଁ ସଚେତନା ରାଲି କରି ଲୋକଙ୍କୁ ସଚେତନ କରିଥିଲେ।ଏହି ଅବସରରେ ଲାଞ୍ଜିଗଡ ଡ଼.ନରେନ୍ଦ୍ର ଦାସ,ପୂର୍ବତନ ସରପଞ୍ଚ ଚନ୍ଦ୍ର ଧ୍ୱଜ ପେସନିଆ, ଶ୍ରୀମୁଖ ଅଗସ୍ତି, ଟୁନା ପାଣିଗ୍ରାହୀ,ସନାତନ ରାଉତ, ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ସାମିଲ ହୋଇଥିଲେ।

ସେହିପରି ଲାଞ୍ଜିଗଡ ସରକାରୀ ଉଚ୍ଚ ବିଦ୍ୟାଳୟ,ନୋଡାଲ ସ୍କୁଲ, ଏସ୍ ଏସ୍ ଡି ହାଇସ୍କୁଲ, ରାଜା ପଡ଼ା ସ୍କୁଲ, ଆଶ୍ରମ ପଡ଼ା ସ୍କୁଲ, ମସ୍କାପଦର ସ୍କୁଲ, ବସନ୍ତ ପଡ଼ା ସ୍କୁଲ, ଜଗନ୍ନାଥ ପୁର ସ୍କୁଲରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.