କର୍ତଙ୍ଗ ଗ୍ରାମକୁ ଲୋକ କଳା ଗ୍ରାମ ଭାବେ ଘୋଷଣା କଲେ ରାଜ୍ୟ ସରକାର

ସୋନପୁର,୩/୧୦ : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହାଦେବ ପାଲି ପଚଂୟତର କର୍ତଙ୍ଗ ଗାଁକୁ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଙ୍କ ପକ୍ଷରୁ ଲୋକକଳା ଗ୍ରାମ ଭାବେ ଘୋଷଣା କରଯା୍ାଇଛି । ରଜ୍ୟ ସରକାରଙ୍କ ଓଡିଶା ଭାଷା ସାହିତ୍ୟ ଓ ସଂକୃତି ବିଭାଗ ତରଫରୁ ଜିଲ୍ଲା ପ୍ରଶାସନ ଗ୍ରାମରେ ପହଚିଂ ଏକ ସଭାର ଆୟୋଜନ କରିଥିଲେ । ଏହି ସଭାରେ ଜିଲ୍ଲାପାଳ ମନିଷା ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ତଙ୍ଗ ଗ୍ରାମକୁ ଲୋକକଳା ଗ୍ରାମଭାବେ ଘୋଷଣା କରିଥିଲେ । ବିଶିଷ୍ଟ କଳାକାର ଶାଶ୍ୱତ ତ୍ରିପାଠିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ତହସିଲଦାର ଅଲେଖ ପୁଟା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରି, ବିନିକା ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ, ବିଡିଓ ବିଶ୍ୱରଜଂନ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟା ରୋହିଣି ଡାଙ୍ଗ, ସଭ୍ୟ ଶୁଶାନ୍ତ ପଣ୍ଡା, ମହାଦେବ ପାଲି ସରପଚଂ ଦଶମୁ ମାଝି, ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଚଂୟତ ଅଧିବାସି ସହିତ କର୍ତଙ୍ଗ ଗ୍ରାମବାସି ଓ ବିଭିନ୍ନ ସ୍ୱଚ୍ଛାସେବି ଅନୁଷ୍ଠାନର କର୍ମକର୍ତା ଉପସ୍ଥିତ ଥିଲେ ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.