ରାଜେଶ କୁମାର ବାରିକ
ମନେପଡେ ଆଜି ଅଭୁଲା ଅତୀତ
ଦିଶି ଯାଏ ଝିଲିମିଲି
ସ୍କୁଲ୍ ବେଳ ହେଲେ ସାଙ୍ଗସାଥି ମିଶି
ଯାଉଥିଲୁ ସାଥେ ଚାଲି ।
ଶେଷ ସିଟ୍ ପଛରେ ଆମ୍ବ କମଳା
ଖେଳ ଛୁଟି ଭାତ ଡାଲି
ବେତ ପାହାରକୁ ବାପାଙ୍କର ଡର
ସେ ସ୍କୁଲ୍ ପଠାଏ ଡେଲି ।
ହାପ୍ ପ୍ୟାଣ୍ଟ ଆଉ ଧଳା ସାର୍ଟ ପିନ୍ଧି
ଯେବେ ଯାଉଥିଲି ଚାଲି
କାଦୁଅ ରାସ୍ତାରେ ମିଶି ନାଲିଗୋଡି
ପ୍ୟାଣ୍ଟ କରୁଥିଲା ନାଲି ।
ପଖାଳ ବେଲାରୁ ଭାତ ଦିଇ ଗୁଣ୍ଡା
ଆଚାର ପିଆଜ ଚିଲି
ଡେରି ହେଲେ ପୁଣି ସାରଙ୍କର ଗାଳି
ଘଣ୍ଟା କଣ୍ଟା ଚାହେଁ ବୁଲି।
ବଢି ବରଷାର ଭିଜା ପ୍ୟାଣ୍ଟ ସାର୍ଟ
ସୁଖାଏ ମୋ ଘର ଚୁଲି
ଏ ସ୍କୁଲ୍ ର ସୁଖ ଆଉ କି ପାଇବି
ମନରୁ ପାରୁନି ଭୁଲି ।